ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଗୋଟିଏ ଦିନରେ ଓଡ଼ିଶାରେ୧୫ କରୋନା ରିପୋର୍ଟ ପଜିଟିଭ୍‌।

ଓଡ଼ିଶାରେ ୨୦ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ଯାଜପୁର ଓ ପୁରୀରୁ ଗୋଟିଏ ଲେଖାଏଁ ନୂଆ ଆକ୍ରାନ୍ତ ଚିହ୍ନଟ ହେବା ସହ ଏପଟେ ଭଦ୍ରକରେ ଆଉ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସୂର୍ଯ୍ୟନଗର ଅଞ୍ଚଳର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ତାଙ୍କ ସ୍ତ୍ରୀ, ଝିଅ ଏବଂ ଭଡ଼ାଟିଆଙ୍କୁ ମିଶାଇ ୭ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଛି।

ସୂର୍ଯ୍ୟନଗର ଅଞ୍ଚଳର ପ୍ରଦୀପ୍ତ ଦଳବେହେରାଙ୍କଠାରୁ ୭ ଜଣଙ୍କୁ କରୋନା ବ୍ୟାପିଛି। ସେହିପରି ପୁରୀ ଏବଂ ଯାଜପୁରରୁ ଆଜିଯାଏଁ ଗୋଟିଏ ବି ପଜିଟିଭ୍‌ କେସ୍‌ ଆସି ନଥିଲା। ଏହି ଦୁଇଟି ଜିଲ୍ଲାରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି।

ପୂର୍ବରୁ ଭଦ୍ରକରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେ ଦୁବାଇରୁ ଆସିଥିଲେ। ହେଲେ ଆଜି ଏହି ଜିଲ୍ଲାରୁ ଆଉ ୨ ଜଣଙ୍କ ନମୁନା ରିପୋର୍ଟ ପଜିଟିଭ୍‌ ଆସିଛି।

ଶୁକ୍ରବାର ସନ୍ଧ୍ୟାରେ କଟକରୁ ଜଣେ ଏବଂ ଭୁବନେଶ୍ୱର ବମିଖାଲ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଶୁକ୍ରବାର ମୋଟ ୧୫ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିବା ସରକାର ସୂଚନା ଦେଇଛନ୍ତି।

ଶୁକ୍ରବାର ୨୮୨ଟି ନମୁନା ପରୀକ୍ଷା ହୋଇଥିଲା। ଆରଏମ୍‌ଆର୍‌ସିରେ ୨୩୭ଟି, ଏମ୍‌ସରେ ୨୫ ଏବଂ ଏସ୍‌ସିବିରେ ୨୦ଟି ନମୁନା ପରୀକ୍ଷା ହୋଇଥିଲା। ବର୍ତ୍ତମାନସୁଦ୍ଧା ରାଜ୍ୟରେ ୧୩୯୫ ନମୁନା ପରୀକ୍ଷା ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

Comment