ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ ସଂକ୍ରମଣର ଆଶଙ୍କା କରି କେନ୍ଦ୍ର ସରକାରଙ୍କ ପକ୍ଷରୁ ଯେଉଁ ଲକ୍‌ଡାଉନ ଘୋଷଣା କରାଯାଇଛି ତାହା ଆଜି ଦଶମ ଦିନରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ଲୋକଙ୍କ ଦୁର୍ଦ୍ଦଶା ବଢ଼ିଥିବା ବେଳେ ଅର୍ଥନୀତି ଉପରେ ମଧ୍ୟ କୁପ୍ରଭାବ ପଡିଛି। ବିଭିନ୍ନ କ୍ଷେତ୍ରରେ ସ୍ଥାଣୁ ଅବସ୍ଥା ସୃଷ୍ଟି ହୋଇଛି। ଏସବୁକୁ ଦେଖି ସରକାରୀ ସ୍ତରରେ ଲକଡାଉନକୁ କୋହଳ କରିବା ପାଇଁ ବିଚାର ବିମର୍ଶ ଆରମ୍ଭ ହୋଇଛି। ୨୧ ଦିନର ତାଲା ବନ୍ଦ ସରିବା ପରେ ଆଗକୁ କ’ଣ ହେବ ଓ କିଭଳି ଏହାକୁ କୋହଳ କରାଯାଇପାରିବ ସେନେଇ ଆଲୋଚନା ଆରମ୍ଭ ହୋଇଛି।

ଗୁରୁବାର ଦିନ ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନ୍ସଂ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଥିଲେ ଯେ, ଲକଡାଉନ ଅବଧି ଶେଷ ହେବା ପରେ କିଭଳି ଲୋକେ ପୁଣି ସାଧାରଣ ଜୀବନ ଯାତ୍ରା ଭିତରକୁ ଫେରିବେ ତାହାର ବିକଳ୍ପ ପନ୍ଥା ବାହାର କରିବାକୁ ହେବ।

ଏହାକୁ ମୋଦୀ କହିଛନ୍ତି ‘ବିକ୍ଷିପ୍ତ ପୁନଃ ଜୀବନଚର୍ଯ।’। ରାଜ୍ୟ ସରକାରମାନେ ଏ ଦିଗରେ ଚିନ୍ତା କରିବା ସହିତ ସମଗ୍ର ଦେଶ ପାଇଁ  ଏକ ସମନ୍ୱିତ କଟକଣା ପ୍ରତ୍ୟାହାର କିଭଳି ହୋଇପାରିବ ସେନେଇ କେନ୍ଦ୍ରକୁ ସୁପାରିଶ କରିବା ପାଇଁ ମୋଦୀ କହିଥିଲେ।

Comment