ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭୁବନେଶ୍ୱର ବମିଖାଲ ଅଞ୍ଚଳରେ ଆଉ ତିନି ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟର ସ୍ୱାସ୍ଥ୍ୟବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ଟୁଇଟରେ କୁହାଯାଇଛି ଯେ, ବମିଖାଲ ଅଞ୍ଚଳର ତିନିଜଣ ଲୋକଙ୍କ ପାଖରେ କରୋନା ଭାଇରସ୍ ଥିବା ଜଣାପଡ଼ିଛି। ଏଥିସହ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି।

ଏହାପୂର୍ବରୁ ଆଜି କଟକରେ ଜଣେ ବ୍ୟକ୍ତିଙ୍କ ପାଖର କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲା। ଏହାକୁ ମିଶାଇ କେବଳ ଶୁକ୍ରବାର ରାଜ୍ୟର ମୋଟ୍ ୪ଟି ପଜିଟିଭ୍ କେସ୍ ସାମନାକୁ ଆସିଛି।

ରାଜ୍ୟରେ ଏହାପୂର୍ବରୁ କଟକରେ ଜଣେ, ଭଦ୍ରକରେ ଜଣେ ଓ ଭୁବନେଶ୍ୱରରେ ଚାରିଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହାମଧ୍ୟରୁ ପ୍ରଥମ ଦୁଇ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ ଏବେ ଚାରିଜଣ ଚିକିତ୍ସାଧୀନ ରହିଥିଲେ। ବର୍ତ୍ତମାନ ବମିଖାଲ ଅଞ୍ଚଳର ଏହି ତିନି କରୋନା ପଜିଟିଭକୁ ମିଶାଇଲେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ରେ ପହଞ୍ଚିଛି।

 

Comment