ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ଵର ଏମ୍‌ସରେ ଆଜି ୩୮ଟି କରୋନା ନମୁନା ପରୀକ୍ଷା ହୋଇଥିଲା। ସବୁ ରିପୋର୍ଟ ନେଗେଟିଭ୍‌ ଆସିଥିବା ଜଣାପଡ଼ିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଗତକାଲି ଗୋଟିଏ ଦିନରେ ୧୫ଟି ନମୁନା ପଜିଟିଭ୍‌ ଆସିଥିଲା। ଭୁବନେଶ୍ୱର ସୂର୍ଯ୍ୟନଗର ଅଞ୍ଚଳରୁ ୭ ଜଣ, କଟକ, ପୁରୀ ଓ ଯାଜପୁରରୁ ଜଣେ ଲେଖାଏଁ  ଏବଂ ଭଦ୍ରକରୁ ୨ଟି ପଜିଟିଭ୍‌ ଆସିଥିଲା।


ଗୋଟିଏ ଦିନରେ ୧୫ ରିପୋର୍ଟ ପଜିଟିଭ୍‌ ଆସିଥିବାରୁ ରାଜ୍ୟବାସୀଙ୍କ ମନରେ ଛନକା ସୃଷ୍ଟି ହୋଇଥିଲା। ହେଲେ ଏମ୍‌ସରେ ଆଜି ପରୀକ୍ଷା ହୋଇଥିବା ସବୁ ରିପୋର୍ଟ ପଜିଟିଭ୍‌ ଆସିଛି। ତେବେ ଆର୍‌ଏମ୍‌ଆର୍‌ସି ଏବଂ ଏସ୍‌ସିବିରେ ପରୀକ୍ଷା ହୋଇଥିବା ରିପୋର୍ଟ ଜଣାପଡ଼ିନି।

Comment