ଓଡ଼ିଶାଲାଇଭ କରୋନା ବ୍ୟୁରୋ

କରୋନା ଯୋଗୁଁ ସାରାଦେଶରେ ଲକଡାଉନ୍ ଚାଲିଛି। ଏହି ଲକଡାଉନ୍ର ପ୍ରଭାବ ବଲିଉଡ ତାରକାମାନଙ୍କ ଉପରେ ମଧ୍ୟ ଦେଖାଯାଉଛି। ସମସ୍ତେ ନିଜ ନିଜ ଘରେ ସମୟ ବିତାଉଛନ୍ତି। ବଲିଉଡ ଅଭିନେତ୍ରୀ ସୋନମ କପୁର ମଧ୍ୟ ଲଣ୍ଡନରୁ ଫେରିବା ପରେ ଦିଲ୍ଲୀରେ ଅଛନ୍ତି ଏବଂ ସ୍ୱାମୀ ଆନନ୍ଦ ଅହୁଜାଙ୍କ ସହ ସମୟ ବିତାଉଛନ୍ତି। ଏହା ବ୍ୟତୀତ ନିଜ ଫିଟନେସକୁ ଜଗିବା ପାଇଁ ସୋନମ ଏବେ ଘରେ ବ୍ୟାୟାମ କରୁଛନ୍ତି। ଏନେଇ ତାଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି।

ସୋନମ କପୁରଙ୍କ ଏହି ଭିଡିଓ ତାଙ୍କ ଇନଷ୍ଟାଗ୍ରାମରେ ଅଛି, ଯେଉଁଥିରେ ସେ ତାଙ୍କ ଦିଲ୍ଲୀ ଘରେ ୱାର୍କଆଉଟ୍ କରୁଥିବା ନଜର ଆସିଛନ୍ତି।

କେବଳ ଏତିକି ନୁହେଁ ସୋନମ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ନିଜର ରୁଟିନ୍ ମଧ୍ୟ ସେୟାର କରୁଛନ୍ତି। ପ୍ରଶଂସକଙ୍କ ହାଲଚାଲ ବୁଝିବା ସହିତ ଲକ୍‌ଡାଉନରେ ସେ କେମିତି ଦିନ ବିତାଉଛନ୍ତି ସେ ଅନୁଭୂତି ବାଣ୍ଟୁଛନ୍ତି।

Comment