ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାରା ଦେଶରେ କରୋନା ଭୂତାଣୁ ବ୍ୟାପି ଚାଲିଛି। ଦେଶରେ ୨୯୦୨ ଜଣ ଆକ୍ରାନ୍ତ ଥିବା ବେଳେ ୬୮ ଜଣଙ୍କ ମୃତ୍ୟୁ ହୋଇଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ସାରା ବିଶ୍ୱରେ ବର୍ତ୍ତମାନ ସୁଦ୍ଧା ୧୧ ଲକ୍ଷ ୨୧ ହଜାର ୯୭୩ ଜଣ ସଂକ୍ରମିତ ହୋଇଛନ୍ତି। ଏହି ରୋଗରେ ୫୯ ହଜାର ୪୦୩ ଜଣଙ୍କର ମୃତ୍ୟୁ ମଧ୍ୟ ହୋଇଥିବା ଜଣାପଡ଼ିଛି। ଓଡ଼ିଶାରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ୧୩୯୫ ନମୁନା ପରୀକ୍ଷାରୁ ୨୦ଟି ପଜିଟିଭ୍‌ ଆସିଥିବା ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ଶୁକ୍ରବାର ରାଜ୍ୟରେ ୧୫ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ସୂର୍ଯ୍ୟନଗର ଅଞ୍ଚଳର କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ୭ ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ପୁରୀ ଏବଂ ଯାଜପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଭଦ୍ରକରୁ ୨ ଜଣ, କଟକରୁ ଜଣେ ଏବଂ ବମିଖାଲରୁ ତିନି ଜଣ ଚିହ୍ନଟ ହୋଇଥିଲେ। ଏବେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି।

ଏପଟେ ରାଜ୍ୟ ସରକାର ନିଜାମୁଦ୍ଦିନ ଧର୍ମସମ୍ମିଳନୀରେ ଯୋଗ ଦେଇଥିବା ଲୋକଙ୍କୁ ନିର୍ଭୟର ସହ ଆସି ସରକାରଙ୍କ ପାଖରେ ସମସ୍ତ ତଥ୍ୟ ଦେବାକୁ ଆହ୍ୱାନ ଦେଇଛନ୍ତି। ନିଜ ପରିବାର ଏବଂ ସମାଜର ମଙ୍ଗଳ ପାଇଁ ସରକାରଙ୍କୁ ସହଯୋଗ କରିବାକୁ ଆହ୍ୱାନ ଦେଇଛନ୍ତି।

Comment