ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ନିଜାମୁଦ୍ଦିନ ସଭାରେ ଯୋଗ ଦେଇ ଫେରିଥିଲେ ସ୍ୱଇଚ୍ଛାରେ ଟୋଲ୍ ଫ୍ରି ନମ୍ବର ୧୦୪ ସହିତ ତୁରନ୍ତ ଯୋଗାଯୋଗ କରନ୍ତୁ। ନିଜାମୁଦ୍ଦିନ ଫେରନ୍ତାଙ୍କ ପାଇଁ ରାଜ୍ୟ ସରକାର ଏହି ନିବେଦନ କରିଛନ୍ତି।

‘‘୨୪ ଘଣ୍ଟା ମଧ୍ୟରେ କରୋନା ଟେଷ୍ଟ୍ ପାଇଁ ଆଗେଇ ଆସନ୍ତୁ। ଡରନ୍ତୁ ନାହିଁ। ମୁଁ ଓ ମୋ ସରକାର ଆପଣଙ୍କ ସାଥିରେ ଅଛି। ମା’ମାନଙ୍କୁ ମୋର ଅନୁରୋଧ, ନିଜ ପରିବାର ଓ ନିଜ ପିଲାମାନଙ୍କ ଭଲ ପାଇଁ ଏଥିରେ ସହଯୋଗ କରନ୍ତୁ। ଟେଷ୍ଟରେ ବିଳମ୍ବ କଲେ ଏହା ଆପଣ ଓ ଆପଣଙ୍କ ପରିବାରକୁ ଅସୁବିଧାରେ ପକାଇପାରେ। ଆପଣଙ୍କ ସହଯୋଗ ହିଁ ଆପଣଙ୍କ ପରିବାର ସହିତ ସାରା ମାନବ ଜାତିର ବହୁତ ବଡ଼ ଉପକାର କରିପାରିବ।’’, ଟୁଇଟ କରି କହିଛନ୍ତି ରାଜ୍ୟ ସରକାର।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ରିପୋର୍ଟ ଅନୁସାରେ ଦିଲ୍ଲୀର ନିଜାମୁଦ୍ଦିନ ଧାର୍ମିକ ସଭାରେ ଯୋଗ ଦେଇ ଫେରିଥିବା ଲୋକଙ୍କ ମଧ୍ୟରୁ ୨୮ ଜଣଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରୁ ୨୫ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ୩ ଜଣଙ୍କର ପଜିଟିଭ୍ ଆସିଛି। ତେବେ ଉକ୍ତ ସଭାରେ ପ୍ରକୃତରେ ଓଡ଼ିଶାର କେତେ ଜଣ ଯୋଗ ଦେଇଥିଲେ ଓ କେତେ ଜଣ ଫେରିଛନ୍ତି, ତାହା ସ୍ପଷ୍ଟ ହୋଇନାହିଁ। ତେଣୁ ସେମାନେ ନିଜେ ଇଚ୍ଛାରେ ସାମ୍ନାକୁ ଆସିବା ଉଚିତ୍ ବୋଲି ଅନୁରୋଧ କରାଯାଇଛି।

Comment