ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରବିବାର ରାତି ୯ଟାରେ ୯ ମିନିଟ୍‌ ପାଇଁ ଲାଇଟ୍‌ ବନ୍ଦ କରି ଘରେ, ବାଲକୋନିରେ ବା ଛାତ ଉପରେ ଦୀପ, ମୋବାଇଲ ଫ୍ଲାସ୍‌ ଜାଳିବେ ଦେଶବାସୀ। ଏହି କଥାକୁ ଶନିବାର ଦିନ ଦେଶବାସୀଙ୍କୁ ଟୁଇଟ କରି ମନେ ପକାଇ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।

ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଭିଡିଓ ଟ୍ୱିଟ୍ କରି ଲେଖିଛନ୍ତି ଯେ ‘ଆଓ ଦିୟା ଜଲାୟେ’। ଏଥିରେ ବାଜେପେୟୀ ତାଙ୍କର ପ୍ରସିଦ୍ଧ କବିତା ‘ଆଓ ଫିର୍‌ ସେ ଦିୟା ଜଲାୟେ’ ଆବୃତ୍ତି କରୁଥିବା ଦେଖିବାକୁ ମିଳିଛି।

ଦେଶରେ ଚାଲିଥିବା ୨୧ ଦିନିଆ ଲକଡାଉନ୍ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଥିଲେ। ଏହାରି ମଧ୍ୟରେ ରବିବାର ଦିନ ସେ ଦେଶବାସୀଙ୍କୁ ଦୀପ ଜାଳିବାକୁ ନିବେଦନ କରିଥିଲେ। ଏହି ଦୀପ ମାଧ୍ୟମରେ ଆମକୁ ଏହି ବାର୍ତ୍ତା ଦେବାକୁ ହେବ ଯେ ଆମେ ଏକା ନୁହନ୍ତି, ଆମେ ସମସ୍ତେ ଏକ କହିଥିଲେ  ମୋଦୀ।

ଏହି ସମୟ ମଧ୍ୟରେ ସାମାଜିକ ଦୂରତାକୁ ଉଲ୍ଲଂଘନ ନକରିବାକୁ ପ୍ରଧାନମନ୍ତ୍ରୀ ଆବେଦନ କରିଛନ୍ତି। ସେ କହିଛନ୍ତି, ସାମାଜିକ ଦୂରତ୍ୱର ଲକ୍ଷ୍ମଣ ରେଖା କେବେ ଅତିକ୍ରମ କରିବେ ନାହିଁ।

Comment