ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଶୁକ୍ରବାର ଦିନ ଆମେରିକାରେ କରୋନା ନେଇଛି ୧୪୮୦ ମୁଣ୍ଡ।ଏପର୍ଯ୍ୟନ୍ତ କୌଣସି ବି ଦେଶରେ ଗୋଟିଏ ଦିନରେ ଏତେ ଲୋକଙ୍କ ମୃତ୍ୟୁ ହୋଇନଥିଲା। ଅବଶ୍ୟ ଏହା  ପୂର୍ବରୁ ଆଉ ଗୋଟିଏ ଦିନରେ ଆମେରିକାରେ ହିଁ ୧୧୬୯ ଜଣଙ୍କ ମୃତ୍ୟୁ ହୋଇଥିଲା।

ଜନ ହପକୀନ୍ସ ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ଗୁରୁବାର ରାତି ୮ଟା ୩୦ରୁ ଶୁକ୍ରବାର  ୮ଟା ୩୦ ମଧ୍ୟରେ କରୋନା ଯୋଗୁଁ ପାଖାପାଖି ୧୫୦୦ ଲୋକଙ୍କ ଜୀବନ ଯାଇଛି। ଏହିଭଳି ଦେଖିବାକୁ ଗଲେ ଆମେରିକାରେ ମୃତକଙ୍କ ସଂଖ୍ୟା ୭ ହଜାର ଡେଇଁଛି।ସବୁଠାରୁ ବେଶୀ ଲୋକ ମରିଛନ୍ତି ନ୍ୟୁୟର୍କ ସହରରେ।ଏକା ନ୍ୟୁୟର୍କରେ ୩ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

ପରିସ୍ଥିତି ଅସମ୍ଭାଳ ହେବା ପରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କରୋନା ନିୟନ୍ତ୍ରଣ ଦାୟିତ୍ୱ  ଏକ ରକମ ସେନା ହାତରେ ଟେକି ଦେଇଛନ୍ତି। ଆମେରିକାରେ ଏଯାଏଁ ୨୭୬୫୦୦ ଲୋକ କରୋନା ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି।

Comment