ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦୀର୍ଘ ଦିନରୁ ପରଦାରୁ ଦୂରେଇ ରହିଥିବା ଅଭିନେତ୍ରୀ ସୁସ୍ମିତା ସେନ ବର୍ତ୍ତମାନ ଡିଜିଟାଲ ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ସେ ରାମ ମାଧଓ୍ୱନୀଙ୍କ ନିର୍ଦ୍ଦେଶିତ ଏକ ୱେବ୍ ସିରିଜରେ ମୁଖ୍ୟ ଚରିତ୍ରରେ ନଜର ଆସିବେ। ଏହି ୱେବ୍ ସିରିଜ୍ ପାଇଁ ସୁସ୍ମିତା ସେନ୍ ଏବଂ ରାମ ମାଧଓ୍ୱାନୀଙ୍କ ମଧ୍ୟରେ ଦୀର୍ଘ ଦିନରୁ କଥାବାର୍ତ୍ତା ଚାଲିଥିଲା।

ଏବେ ଉଭୟଙ୍କ ମଧ୍ୟରେ ଓ୍ୱେବ ସିରିଜ ପାଇଁ ବୁଝାମଣା ଚୂଡାନ୍ତ ହୋଇଛି। ଦେଶରେ କରୋନା ପରିସ୍ଥିତି ଠିକ ହେଲେ ଏହି ୱେବ୍ ସିରିଜର ସୁଟିଂ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପୂର୍ବରୁ ନିର୍ଦ୍ଦେଶକ ରାମ ମାଧୱାନୀ ଫିଲ୍ମ ‘ନୀରଜା’ ପାଇଁ ବେଶ୍‌ ଲୋକପ୍ରିୟ ହୋଇଛନ୍ତି।

ସେହିପରି ସୁସ୍ମିତାଙ୍କୁ ଶେଷ ଥର ପାଇଁ ୨୦୧୦ରେ ‘ଦୁଲହା ମିଲ ଗୟା’ ଏବଂ ‘ନୋ ପ୍ରୋବଲେମ’ରେ ପରଦାରେ ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ସୁସ୍ମିତା ପରଦାରେ ନହେଲେ ବି ସୋସିଆଲ ମିଡିଆରେ ଦର୍ଶକଙ୍କ ସହ ସବୁବେଳେ ଯୋଡ଼ି ହୋଇ ରହିଛନ୍ତି। ଅନେକ ସମୟରେ ନୂଆ ଫଟୋ ଓ ଭିଡିଓ ପୋଷ୍ଟ କରି ସେ ଚର୍ଚ୍ଚାକୁ ଆସିଥାନ୍ତି।

Comment