ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

୨୧ ଦିନିଆ ଲକ୍‌ଡାଉନ୍‌ ଶେଷ ହେବା ତ ପର କଥା। ହେଲେ ରାତି ପାହିଲେ ଗରିବ ଲୋକଙ୍କ ପାଖରେ ରାସନ ନାହିଁ। ଲକଡାଉନକୁ ନେଇ କରାଯାଇଥିବା ଏକ ସର୍ଭେରୁ ଏହା ଜଣାପଡ଼ିଛି।

କୋଭିଡ-୧୯ ଆସିବା ପରେ ଦେଶରେ ଅଚାନକ ଯେଉଁ ଲକଡାଉନ ଘୋଷଣା କରାଗଲା ସେଥିରେ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଦାଦନ ଶ୍ରମିକ। ଯେଉଁମାନେ ତିରୋଟ ସମୟରେ ଅନ୍ୟ ରାଜ୍ୟକୁ କାମଧନ୍ଦା ଅନ୍ୱେଷଣରେ ଯାଉଥିଲେ ସେମାନଙ୍କ ଉପରେ ଲକଡାଉନ ସାଙ୍ଘାତିକ ଦାଉ ସାଧୁଛି।

‘ଜନ ସହାୟ’ନାମକ ଏକ ଏନଜିଓ ପକ୍ଷରୁ ୩୧୯୬ ଦାଦନ ଶ୍ରମିକଙ୍କୁ ନେଇ ଏହି ସର୍ଭେ କରାଯାଇଥିଲା। ଏହି ସର୍ଭେରୁ ଜଣାପଡିଛି ଯେ, ୯୨ ପ୍ରତିଶତ ଲୋକଙ୍କ ପାଖରେ ବିଗତ  ଦୁଇ ସପ୍ତାହ ଧରି କାମ ନାହିଁ। ଉତ୍ତର ଓ ମଧ୍ୟ ଭାରତରେ ଥିବା ଗରିବ ଦାଦନ ଶ୍ରମିକମାନଙ୍କୁ ନେଇ ଫୋନରେ କରାଯାଇଥିବା ଏହି  ସର୍ଭେରୁ ଜଣାପଡିଛି ଯେ, କାଲିକି ଖାଇବା ପାଇଁ ୪୨ ଭାଗ ଶ୍ରମିକଙ୍କ ପାଖରେ ଡାଲି ଚାଉଳ ନାହିଁ, ଏପ୍ରିଲ ୧୪ ତ ଦୂରର କଥା।

ସର୍ଭେରେ ଜଣାପଡିଛି ଯଦି ଲକଡାଉନ ଏପ୍ରିଲ ୧୪ ପରେ ବି ଜାରି ରହିଲା ୬୬ ପ୍ରତିଶତ ଲୋକଙ୍କ ପାଖରେ ସପ୍ତାହକ ପାଇଁ ବି ରାସନ ରହିବନି।

corona awarenessଯେଉଁମାନଙ୍କୁ ନେଇ ଏହି ସର୍ଭେ ହୋଇଥିଲା ସେମାନଙ୍କ ମଧ୍ୟରୁ ୩୩ ପ୍ରତିଶତ ଲୋକ କହିଲେ ଯେ, ଖାଦ୍ୟ, ପାନୀୟ ଜଳ ଓ ହାତ ଖର୍ଚ୍ଚ ସେମାନଙ୍କ ପାଇଁ ଦିବା ସ୍ୱପ୍ନ। ବିଶେଷକରି ଯେଉଁମାନେ ବଡ଼ ବଡ଼ ସହରରେ ଅଟକି ଯାଇଛନ୍ତି ସେମାନଙ୍କ ଅବସ୍ଥା ସଙ୍ଗୀନ ବୋଲି ଏହି ସର୍ଭେ କହୁଛି। ଯେଉଁମାନେ କୌଣସି ପ୍ରକାର ନିଜ ନିଜ ଗାଁରେ ପହଞ୍ଚି ଯାଇଥିଲେ ସେମାନେ ବି ଅଭାବ ଅନାଟନ ଭିତରେ ରହିଛନ୍ତି ବୋଲି ଏହି ସର୍ଭେରୁ ପ୍ରକାଶ।

‘ଜନ ସହାୟ’ପକ୍ଷରୁ ମାର୍ଚ୍ଚ ୨୭ରୁ ୨୯ ତାରିଖ ମଧ୍ୟରେ ଏହି ସର୍ଭେ କରାଯାଇଥିଲା।

Comment