ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଗତ ସାତ ଦିନ ମଧ୍ୟରେ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ଏ ହି ସଂଖ୍ୟା ଏବେ ୪୫୦୦ ଡେଇଁଛି। ତେବେ ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତ ଆକ୍ରାନ୍ତ ମାତ୍ର ୬୨ ଜିଲ୍ଲାରେ ସୀମିତ ଅଛନ୍ତି। ଏଣୁ ଏହି ଜିଲ୍ଲାଗୁଡ଼ିକ ଉପରେ ଏବେ କେନ୍ଦ୍ର ସରକାରଙ୍କ ନଜର। ଖବର ଆସୁଛି ଯେ, ଏପ୍ରିଲ ୧୪ ପରେ ଯଦିବି ଦେଶରୁ ୨୧ ଦିନିଆ  ଲକଡାଉନ ଉଠିବ, ଏହି ଜିଲ୍ଲାମାନଙ୍କରେ ତାଲାବନ୍ଦ ଜାରି ରହିବ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଆକଳନ ହେଉଛି ଯେ, କରୋନା ସଂକ୍ରମଣର ଏକ ନିର୍ଦ୍ଦିଷ୍ଟ ଭୌଗୋଳିକ ସ୍ଥିତି ରହିଛି। ଏବେ ବିଭିନ୍ନ ରାଜ୍ୟରେ ୬୨ ଜିଲ୍ଲା କରୋନା  ହଟସ୍ପଟ ଭାବରେ ସାମ୍ନାକୁ ଆସିଛି। ୧୪ ତାରିଖ ପରେ ଏହି ସବୁ ଜିଲ୍ଲାରେ କାର୍ଯ୍ୟାନୁଷ୍ଠାନ କଡ଼ାକଡ଼ି ହେବ। ଏହି କଣ୍ଟେନମେଣ୍ଟ ଷ୍ଟ୍ରାଟେଜି ଭିଲବାରା ମଡେଲରେ ହେବ। ରାଜସ୍ଥାନର ଭିଲବାରା ଜିଲ୍ଲାରେ ଏହି ରଣକୌଶଳ କାମ ଦେଇଥିଲା। କୌଶଳଟି ହେଉଛି ଜିଲ୍ଲାକୁ ପୂରା ସିଲ କରିବା ଓ ଘର ଘର ବୁଲି ଟେଷ୍ଟ କରିବା।

coronaଓଡ଼ିଶାରେ ଭୁବନେଶ୍ୱର କରୋନା ପାଇଁ ହଟସ୍ପଟ ଭାବେ ମୁଣ୍ଡ ଟେକି ଥିବା କାରଣରୁ ଏପ୍ରିଲ ୧୪ ପରେ ବି ଲକଡାଉନ ଏଠି ଜାରି ରହିବାର ସମ୍ଭାବନା ରହିଛି।

Comment