ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଲକଡାଉନ୍ ଯୋଗୁଁ ସମସ୍ତେ ଏବ ନିଜ ଘରେ ଅଛନ୍ତି ଏବଂ ନିଜକୁ ସେଲ୍‌ଫ ଆଇସୋଲେସନରେ ରଖୁଛନ୍ତି | ଏହି ସମୟରେ ସଲମାନ ଖାନ ତାଙ୍କ ଘରେ ନୁହେଁ ବରଂ ପାନଭେଲର ଫାର୍ମହାଉସରେ ଫସି ରହିଛନ୍ତି। ଫଳରେ ୩ ସପ୍ତାହ ହେଲା ବାପାଙ୍କୁ ଦେଖି ନାହାନ୍ତି ବଲିଉଡ ଭାଇଜାନ ସଲମାନ ଖାନ।

କାରଣ ସଲମାନ ଏବଂ ତାଙ୍କ ପରିବାର ପାନଭେଲର ଏକ ଫାର୍ମହାଉସରେ ଥିବାବେଳେ ତାଙ୍କ ପିତା ସଲିମ ଖାନ ଏକୁଟିଆ ଘରେ ଅଛନ୍ତି। ରବିବାର ଦିନ ପ୍ରାୟ ୧ଟା ସମୟରେ ସଲମାନ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି।

ସଲମାନ ତାଙ୍କ ପରିବାରର କିଛି ସଦସ୍ୟଙ୍କ ସହ ଏଠାରେ ଭଉଣୀ ଅର୍ପିତାଙ୍କ ପୁଅ ଅହିଲଙ୍କ ଜନ୍ମଦିନ ପାଳନ କରିବାକୁ ପହଞ୍ଚିଥିଲେ।  କିନ୍ତୁ ୨୧ ଦିନିଆ ଲକଡାଉନ୍ ଘୋଷଣା ପରେ ଏଠାରେ ହିଁ ରହିବାକୁ ପଡ଼ିଥିଲା। ସଲମାନ ତାଙ୍କ ମା, ଭଉଣୀ, ଅନ୍ୟମାନଙ୍କ ସହିତ ଏଠାରେ ଅଛନ୍ତି । ବର୍ତ୍ତମାନ ସଲମାନ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସୋହେଲ ଖାନଙ୍କ ପୁଅ ନିର୍ବାଣ ଖାନ ଅଛନ୍ତି।

 

View this post on Instagram

 

Be Home n Be Safe @nirvankhan15

A post shared by Salman Khan (@beingsalmankhan) on

Comment