ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଭୁବନେଶ୍ୱରରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତାଙ୍କ ଘର ୟୁନିଟ୍‌-୪ ମଧୁସୂଦନ ନଗରରେ। ଆକ୍ରାନ୍ତଙ୍କ ବୟସ ୪୫ ବର୍ଷ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।

ଭୁବନେଶ୍ୱରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୨ରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି।

coronaଭୁବନେଶ୍ୱରର ବମିଖାଲ, ସୂର୍ଯ୍ୟନଗର ଏବଂ କପିଳପ୍ରସାଦ ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏବେ ୟୁନିଟ୍‌-୪ ମଧୁସୁଦନ ନଗର ଅଞ୍ଚଳରୁ ଆଉ ଜଣେ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଛି।

Comment