ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ କରୋନା ନେଲା ପ୍ରଥମ ମୁଣ୍ଡ। ଭୁବନେଶ୍ୱର ଝାରପଡ଼ା ଅଞ୍ଚଳର ଜଣେ ୭୨ ବର୍ଷୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ବିଭାଗ ଟୁଇଟ୍ କରି ସୂଚନା ଦେଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଗତ ଏପ୍ରିଲ ୪ ତାରିଖରେ ବ୍ୟକ୍ତିଜଣକ ଭୁବନେଶ୍ୱର ଏମସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କର ନମୁନା ପରୀକ୍ଷଣ ହୋଇଥିଲା। ଏଥିରେ ସେ କରୋନା ପଜିଟିଭ୍ ଥିବା ଜାଣିବାକୁ ମିଳିଥିଲା। ଏହାପରେ ସେ ସୋମବାର ମୃତ୍ୟୁବରଣ କରିଛନ୍ତି। ଓଡ଼ିଶାରେ ଏହା କରୋନାଜନିତ ପ୍ରଥମ ମୃତ୍ୟୁ ଖବର ସାମନାକୁ ଆସିଛି।coronaଅନ୍ୟପଟେ ସେହି ବ୍ୟକ୍ତିଜଣଙ୍କର କଣ୍ଟାକ୍ଟ ଟ୍ରେସିଂ ଓ କଣ୍ଟେନମେଣ୍ଟ୍ ଜାରି ରହିଛି। ସେ କାହା କାହା ସଂସ୍ପର୍ଶରେ ଆସିଛନ୍ତି ସେନେଇ ଛାନଭିନ୍ ଆରମ୍ଭ ହୋଇଯାଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Comment