ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଥିବା ଘରୋଇ ହସ୍ପିଟାଲରେ କୋଭିଡ୍‌-୧୯ ରୋଗର ଚିକିତ୍ସା ହୋଇପାରିବ ନାହିଁ। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସଚିବ ନିକୁଞ୍ଜ ଧଳ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ ଭାବେ କହିଛନ୍ତି। ଘରୋଇ ହସ୍ପିଟାଲମାନେ ଏଥିରେ ସହଯୋଗ କରିବାକୁ ଶ୍ରୀ ଧଳ ଆହ୍ୱାନ ଦେଇଛନ୍ତି।

‘‘ଘରୋଇ ହସ୍ପିଟାଲମାନେ ସବୁବେଳେ ସରକାରଙ୍କୁ ସହଯୋଗ କରି ଆସିଛନ୍ତି। ରୋଗୀମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାରେ ଘରୋଇ ହସ୍ପିଟାଲଗୁଡ଼ିକର ଅବଦାନ ଗୁରୁତ୍ୱପୂର୍ଣ୍ଣ। ଏଣୁ କୋଭିଡ୍‌-୧୯ କ୍ଷେତ୍ରରେ ଘରୋଇ ହସ୍ପିଟାଲମାନେ ସରକାରଙ୍କୁ ସହଯୋଗ କରନ୍ତୁ। କୌଣସି ରୋଗୀ ଯଦି ଆସନ୍ତି ତାଙ୍କୁ ସରକାରଙ୍କ ସହ ଯୋଗାଯୋଗ କରି ନମୁନା ପରୀକ୍ଷା ପାଇଁ ପଠାନ୍ତୁ’’, କହିଛନ୍ତି ସ୍ୱାସ୍ଥ୍ୟ ସଚିବ।

ଏହାସହ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଯେଉଁ ଡାକ୍ତର, ନର୍ସ ଏବଂ ସ୍ୱାସ୍ଥ୍ୟ କର୍ମୀ କରୋନା ରୋଗୀଙ୍କ ଚିକିତ୍ସା କରିବେ ସେମାନେ ଅନ୍ୟ ରୋଗୀଙ୍କ ଚିକିତ୍ସା କରିପାରିବେନି।

corona awarenessବର୍ତ୍ତମାନ ରାଜ୍ୟ ସରକାର ରାଜ୍ୟରେ ୭ଟି ସ୍ୱତନ୍ତ୍ର କୋଭିଡ୍‌ ହସ୍ପିଟାଲ ପ୍ରତିଷ୍ଠା କରିଛନ୍ତି। ଏହି ହସ୍ପିଟାଲରେ କେବଳ କରୋନା ରୋଗୀଙ୍କର ଚିକିତ୍ସା ହେବ। ଆଗାମୀ ଦିନରେ ଅଧିକ ହସ୍ପିଟାଲ କାର୍ଯ୍ୟକ୍ଷମ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।

Comment