ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସମସ୍ତଙ୍କ ମୁହଁରେ ଏବେ ଗୋଟିଏ କଥା ‘କେବେ ଯିବ କରୋନା’? କାରଣ ଘରେ ବସି ବସି ଏକ ପ୍ରକାର ବୋର୍‌ ହୋଇଗଲେଣି ଲୋକେ। ଏଭଳି ସ୍ଥିତିରେ ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଖୁବଶୀଘ୍ର କରୋନା ଭାଇରସ ସଙ୍କଟ ଦୂର ହେବ ବୋଲି ଆଶା କରୁଛନ୍ତି।corona awareness

ଏଥି ସହିତ ସେ କହିଛନ୍ତି ଯେ ଏସବୁ ସରିବା ପରେ ସେ ପ୍ରଥମେ ସମୁଦ୍ରକୁ ଡେଇଁବାକୁ ଚାହୁଁଛନ୍ତି। ଇନଷ୍ଟାଗ୍ରାମରେ ୧.୯ ମିଲିୟନ ଫଲୋୟର୍ସ ହେବା ଖୁସିରେ ସୋନାକ୍ଷୀ ନିଜ ଇଚ୍ଛା ପ୍ରକାଶ କରିଛନ୍ତି।

ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଭିଡିଓ ସହିତ ସୋନାକ୍ଷୀ ଲେଖିଛନ୍ତି, ‘‘ସୋସିଆଲ ମିଡିଆଠାରୁ ଆଠ ଦିନର ଦୂରତା ପରେ ୧.୯ ମିଲିୟନ ଫଲୋୟର୍ସ ହେବା ଖୁସିରେ ମୁଁ ପୁଣି ସୋସିଆଲ ମିଡିଆକୁ ଫେରିଛି।  ଏହି ଭିଡିଓ ମଧ୍ୟ ପୁରୁଣା ହେଲେ ବି ଏସବୁ ସରିବା ପରେ ମୁଁ ଏହାକୁ ପୁଣି କରିବାକୁ ଚାହୁଁଛି।

Comment