ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ଏବେ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ତେବେ ଏହି ଲକଡାଉନ୍ ଏପ୍ରିଲ ୧୪ ତାରିଖ ପରେ ଶେଷ ହେବ ନା ଏହାକୁ କେନ୍ଦ୍ର ସରକାର ପୁଣି ବଢ଼ାଇ ଦେବେ ଏବେ ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। ଏହାରି ମଧ୍ୟରେ କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାରଙ୍କ ବକ୍ତବ୍ୟ ଚର୍ଚ୍ଚାର କେନ୍ଦ୍ର ପାଲଟିଛି।

କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, “ବର୍ତ୍ତମାନ ଲକଡାଉନ୍ ବଢ଼ାଯିବା ବିଷୟକୁ ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। ଲକଡାଉନ୍ ଉପରେ ଏତେ ଶୀଘ୍ର ନିଷ୍ପତ୍ତି ନେବା ଠିକ୍ ହେବ ନାହିଁ।”

ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥଙ୍କ ଘରେ ଗ୍ରୁପ୍ ଅଫ୍ ମିନିଷ୍ଟରମାନଙ୍କର ଏକ ବୈଠକ ବସିଥିଲା। ଏଥିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ପ୍ରକାଶ ଜାଭେଦକର, ସ୍ମୃତି ଇରାନୀ, ହରଦୀପ ପୁରୀ, ରାମ ବିଳାସ ପାଶୱାନ, ନରେନ୍ଦ୍ର ସିଂହ ତୋମାର ଏବଂ ପିୟୁଷ ଗୋଏଲଙ୍କ ଭଳି ନେତା ଉପସ୍ଥିତ ଥିଲେ। ଏହି ବୈଠକରେ ଦେଶରେ କରୋନା ପରିସ୍ଥିତି ଓ ଏହାର ମୁକାବିଲା କରିବା ନେଇ ଆଲୋଚନା କରାଯାଇଥିଲା। ଏହି ବୈଠକ ପରେ ନରେନ୍ଦ୍ର  ସିଂହ ତୋମାର ଏହି ପ୍ରତିକ୍ରିୟା ରଖିଛନ୍ତି।coronaଦୀର୍ଘ ଦିନଧରି ଚର୍ଚ୍ଚା ହେଉଛି ଯେ, କରୋନାର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପୁଣିଥରେ ଦେଶରେ ଲକଡାଉନ୍ ଘୋଷଣା କରିପାରନ୍ତି। କିନ୍ତୁ ଏନେଇ ଏପର୍ଯ୍ୟନ୍ତ ସରକାରୀ ସ୍ତରରେ କୌଣସି ସୂଚନା ମିଳିନାହିଁ। ଏପଟେ ଲୋକମାନେ ମଧ୍ୟ ଏହି ପ୍ରଶ୍ନକୁ ନେଇ ବିଚଳିତ ଥିବା ଦେଖିବାକୁ ମିଳିଛି।

Comment