ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଓ ତାରା ସୁତାରିଆଙ୍କ ଆଗାମୀ ରୋମାଣ୍ଟିକ୍ ସଙ୍ଗ୍ ‘ମସକ୍କଲୀ ୨.୦’ର ଟିଜର ରିଲିଜ ହୋଇଛି। ସମ୍ପୂର୍ଣ୍ଣ ଗୀତଟି ଏପ୍ରିଲ୍ ୮ ତାରିଖକୁ ରିଲିଜ ହେବାକୁ ଥିବାବେଳେ ଗୀତର ଟିଜରଟି ବର୍ତ୍ତମାନ ଲୋକମାନଙ୍କୁ ବେଶ ପସନ୍ଦ ଆସିଛି।

୨୦୦୯ ମସିହାର ‘ଦିଲ୍ଲୀ ୬’ ଫିଲ୍ମର ଏହି ଗୀତକୁ ଏକ ନୂଆ ଢ଼ଙ୍ଗରେ ଅଣାଯାଇଛି। ଯାହାକୁ ତୁଳସୀ କୁମାର ଓ ସଚତ ଟଣ୍ଡନ ଗାଇଛନ୍ତି। ଏଥିସହିତ ତନିଷ୍କ ବାଗଚି ଏହାକୁ ରି-କ୍ରିଏଟ୍ କରିଛନ୍ତି।

ଗୀତର ଟିଜରରେ ସିଦ୍ଧାର୍ଥ ଓ ତାରାଙ୍କ ରୋମାଣ୍ଟିକ ଅନ୍ଧାଜ ଦର୍ଶକମାନଙ୍କୁ ଏହି ଗୀତ ପ୍ରତି ଉତ୍ସୁକତା ବଢ଼ାଇଦେଇଛି।

Comment