ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଚେନ୍‌ ଭାଙ୍ଗିବା ପାଇଁ ସାରା ଦେଶରେ ଲାଗୁ ହୋଇଛି ୨୧ ଦିନିଆ ଲକ୍‌ଡାଉନ୍‌। ସାମାଜିକ ଦୂରତା ରକ୍ଷା କରିବା ପାଇଁ ଏହି ଲକ୍‌ଡାଉନ୍‌ ଲାଗୁ କରାଯାଇଥିଲା। ଯଦି ଲକ୍‌ଡାଉନ୍‌ ନିୟମ ଲାଗୁ ହୋଇ ନଥାନ୍ତା ତାହାଲେ କ’ଣ ସମସ୍ୟା ଦେଖାଦେଇଥାନ୍ତା ସେ ସମ୍ପର୍କରେ ରାଜ୍ୟ ସରକାର ବିସ୍ତୃତ ଭାବେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ଜଣେ ବ୍ୟକ୍ତି ଯଦି ସରକାରଙ୍କ ନିୟମ ନ ମାନିବେ ତାହାଲେ ସେ ୫ ଦିନରେ ଅଢ଼େଇ ଜଣ ଲୋକଙ୍କୁ ସଂକ୍ରମିତ କରିବାର ସମ୍ଭାବନା ରହିଛି। ୩୦ ଦିନରେ ସଂକ୍ରମିତଙ୍କ ସଂଖ୍ୟା ୪୦୬ରେ ପହଞ୍ଚିବାର ଅନେକ ଆଶଙ୍କା ରହିଛି।

ସେହିପରି ଯଦି ଜଣେ ବ୍ୟକ୍ତି ସରକାରଙ୍କ ଅଧା ନିୟମ ମାନୁଛନ୍ତି ତାହାଲେ ୫ ଦିନରେ ୧.୨୫ ଲୋକ ସଂକ୍ରମିତ ହେବାର ଆଶଙ୍କା ରହିଛି। ୩୦ ଦିନରେ ୧୫ ଜଣ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି।

ଯଦି ଜଣେ ବ୍ୟକ୍ତି ସରକାରଙ୍କ ୭୫ ପ୍ରତିଶତ ନିୟମ ମାନନ୍ତି ତାହାଲେ ୩୦ ଦିନରେ ଅଢ଼େଇ ଜଣ ଲୋକ ସଂକ୍ରମିତ ହେବାର ସମ୍ଭାବନା ରହିଛି।

coronaଏଣୁ କରୋନା ସଂକ୍ରମଣ ରୋକିବା ପାଇଁ ସମସ୍ତେ ସରକାର ଜାରି କରୁଥିବା ନିୟମକୁ ମାନିବା ଦରକାର ବୋଲି ରାଜ୍ୟ ସରକାର କହିଛନ୍ତି। ସରକାରଙ୍କ ନିୟମ ମାନିଲେ ହିଁ କରୋନା ଚେନ୍‌ ସମ୍ପୂର୍ଣ୍ଣ ଭାଙ୍ଗିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି। ବାରମ୍ବାର ହାତ ଧୋଇବା, ସାମାଜିକ ଦୂରତା ରକ୍ଷା କରିବା ଏବଂ ଲକ୍‌ଡାଉନ୍‌ରେ ରହିଲେ ହିଁ କରୋନା ଚେନ୍‌ ଭାଙ୍ଗି ହେବ।

Comment