ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଦେଶରେ କରୋନା ଟେଷ୍ଟ୍ ମାଗଣାରେ କରାଯାଉ। ଲୋକମାନେ ବିନା କୌଣସି ଟଙ୍କା ଦେଇ କିଭଳି ଏହି ଭାଇରସର ଯାଞ୍ଚ କରାଇପାରିବେ ସରକାର ସେନେଇ ମାର୍ଗ ପ୍ରସ୍ତୁତ କରନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

ଏଥିସହ ସୁପ୍ରିମକୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, ଉଭୟ ସରକାରୀ ଓ ବେସରକାରୀ ଲ୍ୟାବରେ ଲୋକମାନେ କିଭଳି କରୋନା ଟେଷ୍ଟ କରାଇପାରିବେ ସେନେଇ ଧ୍ୟାନ ଦିଆଯାଉ। ଏଥିପାଇଁ ବେସରକାରୀ ଲ୍ୟାବମାନଙ୍କୁ ସରକାରଙ୍କ ତରଫରୁ ସୁବିଧାସୁଯୋଗ ଯୋଗାଇଦେବାକୁ ସୁପ୍ରିମକୋର୍ଟ କହିଛନ୍ତି।

କରୋନା ମୁକାବିଲାରେ ନିୟୋଜିତ ଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଦାଖଲ ହୋଇଥିବା ଆବେଦନର ଗୁରୁବାର ଶୁଣାଣି କରାଯାଇଥିଲା। ଏହାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ କରୋନା ବିପକ୍ଷ ଯୁଦ୍ଧାର ମୁଖ୍ୟ ଯୋଦ୍ଧା ବୋଲି ବିବେଚନା କରିବା ସହିତ ସେମାନଙ୍କର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି। ଏଥିସହ ସାରା ଦେଶରେ କରୋନା ଟେଷ୍ଟ ମାଗଣାରେ କରାଯାଉ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

corona

ଗୁରୁବାର ସଲିସିଟର ଜେନେରାଲ୍ ତୁଷାର ମେହେଟ୍ଟା କହିଛନ୍ତି ଯେ, ବର୍ତ୍ତମାନ ସାରା ଦେଶରେ ୧୧୮ଟି ଲ୍ୟାବରେ କରୋନା ପରୀକ୍ଷଣ କରାଯାଉଛି। ପ୍ରତିଦିନ ପ୍ରାୟ ୧୫ ହଜାର ନମୁନା ପରୀକ୍ଷା କରାଯାଉଛି। ବର୍ତ୍ତମାନ ପ୍ରାୟ ୪୭ଟି ବେସରକାରୀ ଲ୍ୟାବକୁ ପରୀକ୍ଷଣ ପାଇଁ ଅନୁମତି ଦିଆଯାଉଛି। ଏହି ସବୁ ଲ୍ୟାବରେ କରୋନା ପରୀକ୍ଷଣ କରାଯିବ ବୋଲି ସେ କହିଛନ୍ତି।

Comment