ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ବୟସ୍କ ବ୍ୟକ୍ତିଙ୍କ ଶରୀରରେ ଡାଇବେଟିସ୍, ଉଚ୍ଚ ରକ୍ତଚାପ, କିଡ୍‌ନି ରୋଗ, ଶ୍ୱାସ ଭଳି ବିଭିନ୍ନ ଦୂରାରୋଗ ଥାଏ। ଏହି କାରଣରୁ ସେମାନଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ୍‌ ହୋଇଯାଇଥାଏ। ତେଣୁ କରୋନା ସମୟରେ ବୟସ୍କମାନଙ୍କୁ ଅଧିକ ସଚେତନ ରହିବାକୁ ହେବ। ସମସ୍ତ ନିୟମକୁ ସଠିକ୍ ଭାବେ ପାଳନ କଲେ ବୟସ୍କ ବ୍ୟକ୍ତିମାନେ ମଧ୍ୟ କରୋନା ଠାରୁ ନିଜକୁ ରକ୍ଷା କରିପାରିବେ।

samir sahu

ତେବେ ଆସନ୍ତୁ ଜାଣିବା କରୋନା ଭାଇରସକୁ ନେଇ ବୟସ୍କ ବ୍ୟକ୍ତିଙ୍କ ପାଇଁ କ’ଣ ପରାମର୍ଶ ରହିଛି?

୧- ଯଦି ଆପଣଙ୍କ ଘରେ କେହି ବୟସ୍କ ଅଛନ୍ତି ତେବେ ଘରକୁ ଆସୁଥିବା ବାହାର ଲୋକଙ୍କ ସହ ହାତ ମିଳାଇବାକୁ ବା ଆଲିଙ୍ଗନ କରିବାକୁ ମନା କରନ୍ତୁ।  ହାତ ମିଳାଇବା ବଦଳରେ ନମସ୍କାର କରନ୍ତୁ। ତାଙ୍କଠାରୁ ୧ ଫୁଟ ବ୍ୟବଧାନ ରଖନ୍ତୁ।

୨ – ସର୍ବ ପ୍ରଥମେ ଘରକୁ ଆସିଥିବା ବ୍ୟକ୍ତିଙ୍କୁ ହାତ ଧୋଇବାକୁ କହନ୍ତୁ।

corona

୩- ଆପଣଙ୍କ ଘରକୁ ନିୟମିତ ପରିଷ୍କାର କରନ୍ତୁ। ବିଶେଷ କରି ଯେଉଁ ସ୍ଥାନଗୁଡ଼ିକୁ ଆପଣ ଅଧିକ ସ୍ପର୍ଶ କରନ୍ତି।

୪- ବାହାରକୁ ବାହାରନ୍ତୁ ନାହିଁ, ଘର ଭିତରେ ରହିବା ଉଚିତ୍।

୫- ଯଦି ଅସୁସ୍ଥ ହେଉଛନ୍ତି ଓ ଆପଣଙ୍କଠାରେ କୋରୋନା ଭାଇରସର ଲକ୍ଷଣ ଦେଖାଯାଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।

୬- ନିଜକୁ ସୁରକ୍ଷିତ ରଖିବା ପାଇଁ ସତର୍କତା ଅବଲମ୍ବନ କରନ୍ତୁ।

୭- ବାରମ୍ବାର ହାତ ଧୁଅନ୍ତୁ ଏବଂ ମୁହଁ ଓ ଆଖିକୁ ଛୁଅଁନ୍ତୁ ନାହିଁ।

କୋରୋନା ପାଇଁ ଜାରି କରାଯାଉଥିବା ପରାମର୍ଶକୁ ଅନୁକରଣ କରି କୋରୋନା ଭାଇରସକୁ ରୋକାଯାଇପାରିବ ଏବଂ ନିୟନ୍ତ୍ରଣ କରାଯାଇପାରିବ।

Comment