ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ଭାଇରସର କେନ୍ଦ୍ରସ୍ଥଳୀ ଉହାନ ସହରରୁ ଲକ୍‌ଡାଉନ ହଟିଯାଇଛି। ୭୬ ଦିନ ପରେ ଉହାନ ସହରରୁ ଲକ୍‌ଡାଉନ ହଟାଯାଇଛି। ଏଣିକି ଉହାନ ସହରର ଲୋକେ ଚୀନର ସମସ୍ତ ସହରରକୁ ଯାଇପାରିବେ। ଏଥିପାଇଁ କାହାର ଅନୁମତି ନେବାକୁ ପଡ଼ିବ ନାହିଁ। ମଙ୍ଗଳବାର ମଧ୍ୟରାତ୍ରୀରୁ ଏହି ଲକ୍‌ଡାଉନ ଉଠାଯାଇଛି। ଲକ୍‌ଡାଉନ ଉଠିବା ପରେ ଉହାନ ସହରରେ ଉତ୍ସବର ମାହୋଲ ରହିଛି।

୭୬ ଦିନ ପରେ ଉହାନ ସହରରୁ ହଟିଲା ଲକ୍‌ଡାଉନ। କରୋନା ଭାଇରସର କେନ୍ଦ୍ରସ୍ଥଳୀ ଥିଲା ଚୀନର ଉହାନ ସହର। ଗତ ଡିସେମ୍ବର ମାସରୁ ହିଁ ଚୀନରେ ମହାମାରୀ କରୋନା ବ୍ୟାପିଥିବା ଖବର ଆସିଥିଲା। ଏହାପରେ ଉହାନ ସହର ଏହାର କେନ୍ଦ୍ରସ୍ଥଳୀ ବୋଲି ଜଣା ପଡ଼ିଥିଲା। ଜାନୁଆରି ୨୩ ତାରିଖରେ ଉହାନ ସହରକୁ ଲକ୍‌ଡାଉନ ଘୋଷଣା କରିଥିଲେ ଚୀନ ସରକାର। ଲକ୍‌ଡାଉନ ଘୋଷଣା ହେବାପରେ ଉହାନ ସହରବାସୀଙ୍କୁ ବାହାରକୁ ଯିବାକୁ ନେଇ କଟକଣା ଜାରି କରାଯାଇଥିଲା। ଏହାସହ ଏହି ସହରକୁ ଅନ୍ୟସହରର ବାସିନ୍ଦାଙ୍କୁ ଆସିବାକୁ ବାରଣ କରାଯାଇଥିଲା।

କେବଳ ଉହାନ ସହରରେ ୨୫ଶହ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ଚୀନରେ ପ୍ରାୟ ୮୨ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସରକାରୀ ସ୍ତରରେ ୩ହଜାର ୩୩୧ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ କେବଳ ଉହାନ ସହରରେ ୨୫ଶହ ଆକ୍ରାନ୍ତ ସାମିଲ୍ ଥିଲେ। ଚୀନ ସରକାରଙ୍କ ମୁତାବକ ଉହାନ ସହରରେ କିଛି ଦିନ ହେଲା ଉହାନ ସହରରେ କୌଣସି କୋରନା ସଂକ୍ରିମିତ ଚିହ୍ନଟ ହୋଇ ନାହାନ୍ତି। ଏହାକୁ ଦୃଷ୍ଟିରେ ରଖି କିଛି ଦିନତଳେ ଉହାନ ସହରରୁ ଆଂଶିକ ଲକ୍‌ଡାଉନ ହଟାଯାଇଥିଲା।

୧୧ ସପ୍ତାହ ପରେ ଲୋକେ ସହର ବାହାରକୁ ବାହାରିବେ

ଜାନୁଆରି ୨୩ରେ ଲକ୍‌ଡାଉନ ଘୋଷଣା ହୋଇଥିଲା। ଲକ୍‌ଡାଉନ ଯୋଗୁଁ ସହରର ୧କୋଟି ୧ଲକ୍ଷ ଲୋକେ ଗୃହବନ୍ଦୀ ହୋଇ ରହିଥିଲେ। ସମସ୍ତ ଗାଡ଼ିମୋଟର ବନ୍ଦ ରହିଥିଲା। ରେଳ ଓ ବିମାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲେ। ଲକ୍‌ଡାଉନ ବେଳେ କେବଳ ଜରୁରୀ କାମ ପାଇଁ ବିଶେଷ ଅନୁମତି ଦିଆଯାଇ ଲୋକଙ୍କୁ ବାହାରକୁ ଛଡ଼ା ଯାଉଥିଲା। ଲକ୍‌ଡାଉନ ନିୟକୁ ଉଲ୍ଲଙ୍ଘନ କଲେ ଲୋକଙ୍କୁ ଗିରଫ କରାଯାଉଥିଲା।

ଏଣକି ଉହାନ ସହରବାସୀଙ୍କୁ ଚୀନର ଅନ୍ୟସ୍ଥାନକୁ ଯିବାକୁ କାହାର ଅନୁମତି ନେବାକୁ ପଡ଼ିବ ନାହିଁ। ସହରରେ ସମସ୍ତ ସରକାରୀ ଓ ବେସରକାରୀ ଅଫିସ କାମ ଆରମ୍ଭ ହୋଇଛି। ଉହାନ ସହରରେ ବିମାନ ଓ ରେଳସେବା ସହ ଗାଡ଼ିମୋଟର ଚଳାଚଳ ଆରମ୍ଭ ହୋଇଛି। ତେବେ ଚୀନର କେତେକ ସ୍ଥାନରେ ଏବେ ବି କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସେହି ସ୍ଥାନଗୁଡ଼ିକୁ ଏବେ କୌଣସି ଚୀନର କୌଣସି ନାଗରିକଙ୍କୁ ଛଡ଼ାଯାଉନାହିଁ। ଏହାସହ ଗୋଟିଏ ସ୍ଥାନରେ ଅଧିକ ଲୋକ ଜମା ହେବା ଉପରେ କଟକଣା ଜାରି ରହିଛି।

ଲକ୍‌ଡାଉନ ଶେଷ କରିବା ପୂର୍ବରୁ ଉଚ୍ଚ ପଦସ୍ତ ଅଧିକାରୀମାନେ ସହରର ରେଳ ଷ୍ଟେସନ ଓ ବିମାନବନ୍ଦର ପରିଦର୍ଶନ କରିଥିଲେ। ଲକ୍‌ଡାଉନ ପାଇଁ ଉହାନ ସହର ପ୍ରସ୍ତୁତ ଅଛି ନା ନାହିଁ ସେନେଇ ତଦାରଖ କରିଥିଲ। ଏହାର ରିପୋର୍ଟ ଦେବାପରେ ଉହାନରୁ ଲକ୍‌ଡାଉନ ହଟାଯାଇଥିଲା।

ଲକ୍‌ଡାଉନ ହଟିବା ପରେ ଉତ୍ସବ ପାଳିଲେ ଉହାନବାସୀ

ଲକ୍‌ଡାଉନ ହଟିବା ପରେ ଉହାନ ସହରରେ ଉତ୍ସବର ମାହୋଲ ରହିଛି। ଏନେଇ ଚୀନର ୟାଙ୍ଗଜେ ନଦୀର ଉଭୟ ପାର୍ଶ୍ୱରେ ଏକ ଲାଇଟ ଶୋ’ର ଆୟୋଜନ କରାଯାଇଥିଲା। ଉହାନ ସହରରେ ଥିବା ଉଚ୍ଚ ଅଟ୍ଟାଳିକାରେ କରୋନା ପାଇଁ ଲଢ଼ିଥିବା ଡାକ୍ତର, ସ୍ଵାସ୍ଥ୍ୟକର୍ମୀ ଓ ଅନ୍ୟ ଜରୁରୀସେବା ପ୍ରଦାନକାରୀ କର୍ମଚାରୀଙ୍କ ଆନିମେଟେଡ୍ ଚିତ୍ର ପ୍ରଦର୍ଶିତ କରାଯାଇଥିଲା। ଉହାନକୁ “ହିରୋଇକ୍ ସିଟି”ର ମାନ୍ୟତା ଦେଇଥିଲେ ଚୀନର ରାଷ୍ଟ୍ରପତି ଜି ଜିନ୍ ପିଙ୍ଗ୍। ଉହାନାବାସିନ୍ଦା “ଉହାନ ଲେଟ୍‌ସ ଗୋ”ନାମରେ ଗୀତ ଗାଇବା ସହ ଚୀନ ଦେଶର ଜାତୀୟ ପତାକା ଧରି ଏହି ଉତ୍ସବକୁ ଉପଭୋଗ କରିଥିଲେ।

Comment