ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୪୪ରେ ପହଞ୍ଚିଛି। ଏହି ଆକ୍ରାନ୍ତ ଜଣକ ପଶ୍ଚିମବଙ୍ଗ ମେଦିନପୁରର ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି। ତାଙ୍କ ଟ୍ରାଭେଲ ହିଷ୍ଟ୍ରି ସମ୍ପର୍କରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଟୁଇଟ୍‌ କରି ସୂଚନା ଦେଇଛି।

ପଶ୍ଚିମବଙ୍ଗର ପଶ୍ଚିମ ମେଦିନପୁରରୁ ଏପ୍ରିଲ ୭ ତାରିଖରେ ୭୦ ବର୍ଷୀୟ ବୃଦ୍ଧ ଏକ ଘରୋଇ ଆମ୍ବୁଲାନ୍ସରେ ଭୁବନେଶ୍ୱର ଅଭିମୁଖେ ବାହାରିଥିଲେ। ୭ ତାରିଖ ରାତିରେ ବାଲେଶ୍ୱର ବାଇପାସ୍‌ ନିକଟରେ ଥିବା ଏକ ଚା’ ଦୋକାନ ସମ୍ମୁଖରେ ସେ ଅଟକି ଚା’ ପିଇଥିଲେ।

corona୮ ତାରିଖ ସକାଳେ ସେ ଭୁବନେଶ୍ୱର ଆପୋଲୋ ହସ୍ପିଟାଲକୁ ଆସିଥିଲେ ଏବଂ ଆଇସୋଲେସନ ୱାର୍ଡରେ ରହିଥିଲେ। ତାଙ୍କ ରକ୍ତ ନମୁନା ଏବଂ ସ୍ୱାବ୍‌ ପରୀକ୍ଷା ପାଇଁ ପଠାଯାଇଥିଲା। ୯ ତାରିଖରେ ତାଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ତାଙ୍କୁ ଏବେ କିମ୍‌ସ କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।

ଆଜି ଓଡ଼ିଶାରେ ଦୁଇ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଜଣେ ଢେଙ୍କାନାଳର ହୋଇଥିବା ବେଳେ ଆଉ ଜଣେ ମେଦିନପୁରର ବୋଲି ରାଜ୍ୟ ସରକାର ସୂଚନା ଦେଇଥିଲେ।

Comment