ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋଭିଡ୍‌-୧୯ ବା କରୋନା ଭାଇରସ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ଏହାକୁ ନଜରରେ ରଖି ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି। ଘରୁ ବହାରିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି। ହେଲେ କିଛି ଲୋକ ଦ୍ୱନ୍ଦ୍ୱରେ ପଡ଼ିଛନ୍ତି ଯେ କପଡ଼ା ମାସ୍କ ପିନ୍ଧିବା ଉଚିତ୍‌ ନା ନୁହେଁ। ତେବେ ଜାଣନ୍ତୁ କପଡ଼ା ମାସ୍କ କେତେ ସୁରକ୍ଷିତ?

ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଲୋକମାନଙ୍କୁ ଅଣ ମେଡିକାଲ ମାସ୍କ ବା କପଡ଼ା ତିଆରି ମାସ୍କ ପିନ୍ଧିବାକୁ ପରାମର୍ଶ ହେଇଛନ୍ତି। କାରଣ କରୋନା ଭୂତାଣୁ (କୋଭିଡ୍‌-୧୯) ମଣିଷଠାରୁ ମଣିଷକୁ ବ୍ୟାପିଥାଏ। ଏହି ପ୍ରକ୍ରିୟାକୁ ରୋକିବା ପାଇଁ ମୁହଁରେ ମସ୍କ ପିନ୍ଧିବା ନିହାତି ଜରୁରୀ। ହେଲେ ମେଡିସିନ୍‌ ଷ୍ଟୋରରେ ମିଳୁଥିବା ମାସ୍କର ଦର ଅଧିକ ଥିବାରୁ ବା ମିଳୁ ନଥିବାରୁ କପଡ଼ା ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛି ସିଡିସି।

corona

ଯଦିଓ କପଡ଼ା ମାସ୍କ ମେଡିକାଲ ମାସ୍କ ଭଳି ପ୍ରଭାବଶାଳୀ ନୁହେଁ, କିନ୍ତୁ ଏହା ଭୂତାଣୁକୁ କିଛି ମାତ୍ରାରେ ରୋକିବାର ଦକ୍ଷତା ରହିଛି। ଜଣେ ବ୍ୟକ୍ତି ନିଶ୍ୱାସ ପ୍ରଶ୍ୱାସ ନେବା ବେଳେ ତା’ ନାକ ବା ପାଟିରୁ ଆସୁଥିବା ଜଳକଣା ଆଉ ଜଣକ ପାଖକୁ ଯାଇଥାଏ, କିନ୍ତୁ ଯଦି ଉକ୍ତ ବ୍ୟକ୍ତି ମାସ୍କ ପିନ୍ଧିଥିବ, ତେବେ ଏହି ଜଳକଣା ମାସ୍କରେ ଲାଗିବ, ଫଳରେ ଏହା ଆଉ ଜଣଙ୍କ ପାଖକୁ ଡେଇଁବ ନାହିଁ।

ମାସ୍କ ପିନ୍ଧିବା ଦ୍ୱାରା ଜଣେ ବ୍ୟକ୍ତି ଯଦି ମୁହଁ ବା ପାଟିରେ ହାତ ମାରିବ, ତେବେ ତାହାର ହାତ ମାସ୍କରେ ଲାଗିବ ନା କି ସିଧାସଳଖ ମୁହଁରେ ଲାଗିବ।

ଉଦାହରଣ: ଯଦି ଜଣେ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ଏବଂ ସେ ହୁଏତ ଏହା ଜାଣି ନଥିବେ। ଲକ୍ଷଣ ଦେଖାଉ ବା ନ ଦେଖାଯାଉ, ଜଣେ ସଂକ୍ରମିତ ଲୋକ ଅନ୍ୟ ଜଣେ ସୁସ୍ଥ ଲୋକକୁ ଭୂତାଣୁ ସଂକ୍ରମିତ କରିପାରିବ। ସେଥିପାଇଁ ମାସ୍କ ଦ୍ଵାରା ଆମେ ଆମ ଶରୀରରେ ଥିବା ଭୂତାଣକୁ ବାୟୁ କୁଯିବାରୁ ରୋକିପାରିବା। ଫଳରେ ସୁସ୍ଥ ଲୋକ ସଂକ୍ରମିତ ହେବେ ନାହିଁ।

କପଡ଼ା ମାସ୍କ ଓ ମେଡିକାଲ ମାସ୍କ ମଧ୍ୟରେ ଫରକ?

N95 ମାସ୍କର ଫିଲ୍ଟର କରିବା ତଥା ଛାଣିବାର କ୍ଷମତା ରହିଛି, ଯାହା SARS-CoV-2 (କୋଭିଡ୍‌-୧୯ ସୃଷ୍ଟି କରୁଥିବା ଭାଇରସ) ଭୂତାଣୁକୁ ମଧ୍ୟ ଛାଣିପାରେ। କରୋନା ଭୂତାଣୁର ଆକାର ହେଉଛି ୦.୧୨ ମାଇକ୍ରନ୍‌ ଡାଏମିଟର ଏବଂ N95 ମାସ୍କର କ୍ଷମତା ହେଉଛି ୦.୧ ମାଇକ୍ରନ୍‌ଡାଏମିଟର ଆକାରର ଭୂତାଣୁକୁ ରୋକିବା, ଯାହା ୯୫ ପ୍ରତିଶତ କ୍ଷମତାଶାଳୀ। ଫଳରେ ଏହି ମାସ୍କର ନାମ ରହିଛି N95।

ସ୍ୱାସ୍ଥ୍ୟକର୍ମୀ ଓ କୋଭିଡ୍‌-୧୯ ଭୂତାଣୁରେ ସଂକ୍ରମିତ ବ୍ୟକ୍ତି ଏହି ମାସ୍କ ବ୍ୟବହାର କରନ୍ତି।

କେଉଁ ପ୍ରକାର କପଡ଼ା ବ୍ୟବହାର କରିବେ?

କପଡ଼ା ମାସ୍କ ତିଆରି କରିବା ପାଇଁ ଉଚ୍ଚମାନର କପଡ଼ା ବ୍ୟବହାର କରିବା ଭଲ। ଟି-ସାର୍ଟ କପଡ଼ା, ସ୍କାର୍ଭସ୍‌, କଟନ ଟାଓ୍ୱେଲ ଭଳି କପଡ଼ା ବ୍ୟବହାର କରିବା ଲାଭଦାୟକ।

ନିଜ ନିଶ୍ୱାସରେ ବାହାରୁଥିବା ଜଳକଣା ଦ୍ୱାରା ଯଦି ମାସ୍କ ଓଦା ହୋଇଯାଏ, ତେବେ କପଡ଼ା ମାସ୍କର ଭାଇରସକୁ ରୋକିବା କ୍ଷମା କମିଯାଏ। ମାସ୍କ ଓଦା ହୋଇଗଲେ ବାହାର ଧୂଳିକଣା ବା ଭୂତାଣୁ ଆପଣଙ୍କ ମାସ୍କରେ ଲାଗିବାର ସମ୍ଭାବନା ଥାଏ। ଏଭଳି କ୍ଷେତ୍ରରେ ମାସ୍କକୁ ବଦଳାଇ ଦିଅନ୍ତୁ।

ମାସ୍କର ସମ୍ନା ପଟକୁ ବାରମ୍ବାର ସ୍ପଶର୍ କରନ୍ତୁ ନାହିଁ। ସେହି ମାସ୍କକୁ ପୁଣିଥରେ ବ୍ୟବହାର କରିବା ପୂର୍ବରୁ ମାସ୍କକୁ ଧୁଅନ୍ତୁ।

ମାସ୍କକୁ ସାବୁନ୍‌ ଓ ଭଲ ପାଣିରେ ଧୁଅନ୍ତୁ।

Comment