ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ତାଜା ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଯେଉଁଥିରେ ରାଜ୍ୟ ତଥା ଦେଶ ଓ ବିଶ୍ୱର କରୋନା ଅପଡେଟ୍ ଦେବା ସହିତ ରାଜ୍ୟବାସୀଙ୍କୁ ସୁରକ୍ଷିତ ରହିବାକୁ କୁହାଯାଇଛି।

ମାସ୍କ ନପିନ୍ଧିଲେ ଫାଇନ୍

  • ଏଣିକି ମାସ୍କ ନପିନ୍ଧିଲେ ଗଣିବାକୁ ପଡ଼ିବ ଫାଇନ୍।
  • ପ୍ରଥମ ତିନିଥର ମାସ୍କ ନପିନ୍ଧି ଆଇନ୍ ଭାଙ୍ଗିଲେ ଦେବାକୁ ପଡ଼ିବ ୨୦୦ ଟଙ୍କା।
  • ତିନି ଥରରୁ ଅଧିକ ଥର ନିୟମ ଉଲ୍ଲଂଘନ କଲେ ୫ଶହ ଟଙ୍କା ଫାଇନ୍।
  • ରୁମାଲ, ଗାମୁଛା, ଲୁଗା କିମ୍ବା ଓଢ଼ଣୀକୁ ମାସ୍କ ଭଳି ବ୍ୟବହାର କରିପାରିବେ।
  • ୨ ବର୍ଷରୁ କମ୍ ଶିଶୁ, ଶ୍ୱାସ ରୋଗୀ ଓ ଅଚେତ୍ ଲୋକଙ୍କୁ ମାସ୍କ ପିନ୍ଧାନ୍ତୁ ନାହିଁ।

ଓଡ଼ିଶାରେ କରୋନା

  • ଓଡ଼ିଶାରେ ୨୮୪୧ ନମୁନାରୁ ୪୪ କରୋନା ପଜିଟିଭ୍।
  • ବର୍ତ୍ତମାନ ରାଜ୍ୟରେ ୪୧ଜଣ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି।
  • ରାଜ୍ୟରେ କରୋନାରୁ ୨ ସୁସ୍ଥ , ଜଣେ ମୃତ।
  • ବର୍ତ୍ତମାନ ଓଡ଼ିଶାରେ ୧୦୬ ବ୍ୟକ୍ତି ଆଇସୋଲେସନରେ ଅଛନ୍ତି ।
  • କରୋନା ସଂକ୍ରମିତ ରାଜ୍ୟ ତାଲିକାରେ ଓଡ଼ିଶାର ସ୍ଥାନ ୧୬ ।

coronaବିଶ୍ୱ ଓ ଦେଶରେ କରୋନା

  • ବିଶ୍ୱର ୨୦୯ଟି ଦେଶ ଓ ଦୁଇଟି ଜାହାଜ କରୋନା ଆକ୍ରାନ୍ତ।
  • ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୨୩,୮୯୮କୁ ବୃଦ୍ଧି ।
  • କରୋନାରେ ପ୍ରାଣ ହରାଇଲେଣି ୮୮,୯୫୬ ଜଣ ଲୋକ।
  • ସକାଳ ୯ଟା ସୁଦ୍ଧା ଭାରତରେ ୫୭୩୪ ଜଣ କରୋନା ଆକ୍ରାନ୍ତ।
  • ଭାରତରେ ୪୭୨ ଜଣ ଲୋକ କରୋନା କବଳରୁ ସୁସ୍ଥ ହୋଇଛନ୍ତି।
  • ୧୬୬ ଜଣ ଲୋକ କରୋନାରେ ମୃତ୍ୟୁବରଣ କରିଛନ୍ତି।
  • ବିଶ୍ୱରେ କରୋନା ସଂକ୍ରମିତ ଦେଶ ତାଲିକାରେ ଭାରତର ସ୍ଥାନ ୧୬।

ସ୍ୱତନ୍ତ୍ର କରୋନା ହସ୍ପିଟାଲ

  • ଗଜପତି ଜିଲ୍ଲାରେ ଖୋଲିଲା ନୂଆ କୋଭିଡ୍ -୧୯ ହସ୍ପିଟାଲ୍।
  • ୧୦୦ ଶଯ୍ୟାବିଶିଷ୍ଟ ହସ୍ପିଟାଲରେ ହେବ କରୋନା ରୋଗୀଙ୍କ ଚିକିତ୍ସା।
  • ରାଜ୍ୟରେ ସ୍ୱତନ୍ତ୍ର କରୋନା ହସ୍ପିଟାଲ ସଂଖ୍ୟା ୮କୁ ବୃଦ୍ଧି।
  • ବର୍ତ୍ତମାନ ସୁଦ୍ଧା ୮ଟି ହସ୍ପିଟାଲରେ ୧୫୯୭ଟି ବେଡ୍ ମହଜୁଦ୍ ଅଛି।

ଏପ୍ରିଲ ୩୦ ପର୍ଯ୍ୟନ୍ତ ବଢ଼ିଲା ଲକଡାଉନ୍

  • କରୋନା ପାଇଁ ବଢ଼ିଲା ଲକଡାଉନ୍ ଅବଧି।
  • ଏପ୍ରିଲ ୩୦ ପର୍ଯ୍ୟନ୍ତ ଲକଡାଉନ୍ ବଢ଼ାଇଲେ ରାଜ୍ୟ ସରକାର।
  • ଜୁନ୍ ୧୭ ତାରିଖ ପର୍ଯ୍ୟନ୍ତ ସ୍କୁଲ୍, କଲେଜ ବନ୍ଦ।
  • ଟ୍ରେନ୍ ଏବଂ ବିମାନ ଚଳାଚଳ ବନ୍ଦ କରିବାକୁ ପ୍ରସ୍ତାବ ।
  • କୃଷି କାର୍ଯ୍ୟ ଓ ମନରେଗା କାମ ଚାଲୁରହିବ।
  • ଜାତୀୟ ସ୍ତରରେ ଲକଡାଉନ୍ ଅବଧି ବଢ଼ାଇବାକୁ ପ୍ରସ୍ତାବ ରଖିଲେ ରାଜ୍ୟ ସରକାର।

Comment