ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଆପଣ କରୋନା ଭାଇରସ୍ ମୁକାବିଲା ପାଇଁ ଆର୍ଥିକ ସହାୟତା ଦେବାକୁ ଚାହୁଁଛନ୍ତି କି? ତେବେ ଆପଣ ଘରେ ବସି ରାଜ୍ୟ ସରକାରଙ୍କୁ ଏହି ସହାୟତା କରିପାରିବେ। ଏଥିପାଇଁ ସରକାର ତିନୋଟି ବ୍ୟାଙ୍କର ସମସ୍ତ ତଥ୍ୟ ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଛନ୍ତି।

ସାରା ବିଶ୍ୱ ଏବେ କରୋନା ଭାଇରସ ସହିତ ଯୁଦ୍ଧ ଲଢୁଥିବାବେଳେ ଜନସାଧାରଣ ଏଥିପାଇଁ ସହାୟତାର ହାତ ବଢ଼ାନ୍ତୁ ବୋଲି ରାଜ୍ୟ ସରକାର କିଛି ଦିନ ତଳେ କହିଥିଲେ। ଏଥିପାଇଁ ସରକାରଙ୍କ ତରଫରୁ ତିନୋଟି ବ୍ୟାଙ୍କ ଆକାଉଣ୍ଟର ସମସ୍ତ ତଥ୍ୟ ଦେଇଛନ୍ତି।

ଆପଣ ଏହି ଫଟୋରେ ଦେଖିପାରୁଥିବେ ଯେ, ରାଜ୍ୟ ସରକାର ଏଥିପାଇଁ ୩ଟି ବ୍ୟାଙ୍କର ତଥ୍ୟ ଦେଇଛନ୍ତି। ଯେଉଁଥିରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଏଚଡିଏଫସି ବ୍ୟାଙ୍କ୍ ଓ ଆଇସିଆଇସିଆଇ ବ୍ୟାଙ୍କକୁ ରଖାଯାଇଛି।

ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ

  • ଆକାଉଣ୍ଟ ନମ୍ବର – 39235504967
  • ଆଇଏଫଏସସି କୋଡ୍ – SBIN0010236

ଏଚଡିଏଫସି ବ୍ୟାଙ୍କ

  •  ଆକାଉଣ୍ଟ ନମ୍ବର – 50100308440978
  • ଆଇଏଫଏସସି କୋଡ୍ – HDFC0004491

ଆଇସିଆଇସିଆଇ ବ୍ୟାଙ୍କ

  • ଆକାଉଣ୍ଟ ନମ୍ବର – 429801000151
  • ଆଇଏଫଏସସି କୋଡ୍ – ICIC0004298

ଏଥିସହିତ ଜନସାଧାରଣମାନେ ଗୁଗଲ ପେ, ଫୋନ୍ ପେ, ପେଟିଏମ୍ ଓ ଭିମ୍ ଆପ୍ ସାହାଯ୍ୟରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଟଙ୍କା ଦାନ କରିପାରିବେ ବୋଲି କୁହାଯାଇଛି।

Comment