ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ନିୟମ ଅନୁସାରେ କାମ ନକରି ପୋଲିସ ପାଇଁ ଓ ସାଧାରଣ ଜନତା ପାଇଁ  ମୁଣ୍ଡବ୍ୟଥାର କାରଣ ହେବାରେ ଆମେ ଖୁବ ପାରଙ୍ଗମ। କରୋନା ସମୟରେ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର କଟକଣା ଜାରି କରାଯାଇଛି। ଏସବୁର ଆବଶ୍ୟକତାକୁ ଅନୁଭବ କରିଥିବା ସତ୍ତ୍ୱେ ଅନେକ ଏହି ନିୟମକୁ ଭାଙ୍ଗି ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି।

ତଥ୍ୟ ଅନୁଯାୟୀ ଏପ୍ରିଲ ୮ ତାରିଖ ସୁଦ୍ଧା ଓଡ଼ିଶାରେ କରୋନା ସଂକ୍ରାନ୍ତ ଗୁଜବ ପ୍ରସାର କରିବା ଯୋଗୁଁ ୫୫ ଜଣଙ୍କ ବିରୁଦ୍ଧରେ କେସ ରୁଜୁ ହୋଇଛି।ସେହିଭଳି ୭ ଏପ୍ରିଲ ଓ ୮ ଏପ୍ରିଲ ଏହି ୨୪ ଘଣ୍ଟା ମଧ୍ୟରେ କୋଭିଡ-୧୯ ନିୟମର ଉଲ୍ଲଂଘନ ପାଇଁ ୨୬୯ ଲୋକଙ୍କ ବିରୁଦ୍ଧରେ  ମାମଲା ରୁଜୁ କରାଯାଇଛି।corona

ଏଥିମଧ୍ୟରୁ ୨୫୨ ଟି କେସ ହେଉଛି ଲକଡାଉନ ନିୟମ ନମାନିବା। ହୋମ କ୍ୱାରାନଟାଇନ ନମାନିବା ଯୋଗୁଁ ୪ଟି ଓ ଅନ୍ୟାନ୍ୟ ଅପରାଧ ପାଇଁ ଅବଶିଷ୍ଟ ମାମଲା ରହିଛି। ସମଗ୍ର ରାଜ୍ୟରେ ଲକଡାଉନ ସମୟରେ ୩୦୦ ଲୋକଙ୍କୁ ପୋଲିସ ଗିରଫ କରିଛି।

Comment