ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟରେ ଚିହ୍ନଟ ହେଲେ ଆଉ ୨ କରୋନା ଆକ୍ରାନ୍ତ। ଗୁରୁବାର ଢେଙ୍କାନାଳ ଏବଂ ଭୁବନେଶ୍ଵରରେ ଆଉ ୨ କରୋନା ପଜିଟିଭ୍ ଚିହ୍ନଟ ନେଇ ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ଢେଙ୍କାନାଳ ସହରର ଜଣେ ୫୧ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ଥିବା ନେଇ ସ୍ଵାସ୍ଥ୍ୟ ବିଭାଗ ଟୁଇଟ କରିଛି। ଏଥି ସହିତ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ୬୯ବର୍ଷୀୟ ବ୍ୟକ୍ତିଙ୍କା ପାଖରେ କରୋନା ଭୂତାଣୁ ଚିହ୍ନଟ ହୋଇଛି। ସେ କିଛି ଦିନ ତଳ ପଶ୍ଚିମବଙ୍ଗର ମେଦିନୀପୁର ଅଞ୍ଚଳରୁ ଆସି ଏଠାରେ ଚିକିତ୍ସିତ ହେଉଥିବା ସ୍ଵାସ୍ଥ୍ୟ ବିଭାଗ ସୂଚନା ଦେଇଛି।

corona

ଏଥିସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ୪୪କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି।

Comment