ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

 ଲକ୍‌ଡାଉନରେ ବାପାଙ୍କୁ ଦେଖିବାକୁ ମୁମ୍ବାଇରୁ କାଶ୍ମୀର ସାଇକେଲରେ ବାହାରି ପଡ଼ିଲେ ଯୁବକ। ୭୫୦ କିଲୋକମିଟର ସାଇକେଲ ଚଳାଇବା ପରେ ଗୁଜରାଟରେ ସିଆରପିଏଫ ଜବାନ କଲେ ସାହଯ୍ୟ।

“ଘରୁ ଫୋନ ଆସିଲା ବାପାଙ୍କୁ ହାର୍ଟ ଆଟାକ୍ ଆସିଛି। ଏହା ଶୁଣିବା ପରେ ମୁଁ ବିଚଳିତ ହୋଇ ପଡ଼ିଲି। ଘରେ ପହଞ୍ଚିବାକୁ ସବୁ ସମ୍ଭବ ଚେଷ୍ଟା କରି ବିଫଳ ହେଲି। ଏହାପରେ ଏକ ସାଇକେଲ କିଣି ୨ ଏପ୍ରିଲ୍‌ରେ ବାହାରି ପଡ଼ିଲି କାଶ୍ମିର ଅଭିମୁଖେ।” ଏହା କହିଛନ୍ତି ମୁମ୍ବାଇରେ କାମ କରୁଥିବା ମହୋମ୍ମଦ ଆରିଫ୍।

କାଶ୍ମୀରରେ ଆରିଫ୍‌ଙ୍କ ପରିବାର ବାସ କରନ୍ତି। ମାର୍ଚ୍ଚ ୩୧ ତାରିଖରେ ଆରିଫ୍‌ଙ୍କ ବାପାଙ୍କ ସ୍ଵାସ୍ଥ୍ୟବସ୍ତା ଗୁରୁତର ହୋଇଥିବା ନେଇ ପରିବାର ଲୋକେ ଫୋନ କରି ଜଣାଇଥିଲେ। ଏଭଳି ସମୟରେ ଯେକୌଣସି ମତେ ଘରେ ପହଞ୍ଚି ତାଙ୍କ ବାପାଙ୍କ ପାଖରେ ପହଞ୍ଚିବାକୁ ଚାହିଁଥିଲେ। ହେଲେ ଲକ୍‌ଡାଉନ ଯୋଗୁଁ କୌଣସି ସ୍ଥାନକୁ ଯିବା ସମ୍ଭବପର ହୋଇଥିଲା। ଏହାପରେ ସେ ଏକ ସାଇକେଲ କିଣି ଏପ୍ରିଲ ୨ ତାରିଖରେ କାଶ୍ମୀର ଅଭିମୁଖେ ବାହାରି ପଡ଼ିଥିଲେ।

ସିଆର୍‌ପିଏଫ୍‌ ଜବାନ କଲେ ସାହାଯ୍ୟ

ଆରିଫ୍ ୨୦ଦିନ ମଧ୍ୟରେ କାଶ୍ମୀର ପହଞ୍ଚିବେ ବୋଲି ଆକଳନ କରିଥିଲେ। ସାଇକେଲରେ ଆସିବା ବେଳେ ରାସ୍ତାରେ ବହୁ ସ୍ଥାନରେ ପୋଲିସ୍ ଅନ୍ୟ ସୁରକ୍ଷା କର୍ମୀ ତାଙ୍କୁ ଅଟକାଇଥିଲେ। ତେବେ ସେ କୌଣସି ମତେ ସେମାନଙ୍କୁ ବୁଝାଇ ସୁଝାଇ ନିଜ ଗନ୍ତବ୍ୟସ୍ଥଳକୁ ବାହାରି ପଡ଼ିଥିଲେ। ବାଟରେ ଗଲାବେଳେ ବହୁ ଲୋକ ଆରିଫ୍‌ଙ୍କୁ ସାହାଯ୍ୟ କରିବା ସହ ତାଙ୍କୁ ଖାଇବାକୁ ଦେଇଥିଲେ। ଏହାରି ଭିତରେ କିଛି ଲୋକ ତାଙ୍କ ଫୋଟ ଉଠାଇ ସୋସିଆଲ ମିଡିଆରେ ସେୟାର କରିବା ସହ ସିଆରପିଏଫ ହେଲ୍ପଲାଇନ ‘ମଦଦଗାର’କୁ ଜଣାଇଥିଲେ। ଏହାପରେ ପ୍ରାୟ ୭୫୦ କିଲୋମିଟର ସାଇକେଲ ଚଳାଇ ଗୁଜରାଟ ପହଞ୍ଚିଥିଲେ ଆରିଫ୍। ସେଠାରୁ ସିଆରପିଏଫ ଜବାନ ତାଙ୍କୁ ଉଦ୍ଧାର କରିବା ସହ କାଶ୍ମୀର ନେଇଯିବାକୁ ପ୍ରତିଶୃତି ଦେଇଥିଲେ।

ଘଟଣା ସମ୍ପର୍କରେ କାଶ୍ମୀର ସିଆରପିଏଫ ଡିଜି ଜୁଲ୍‌ଫିକାର ହସନ ଜାଣିବା ପରେ ସେ ଆରିଫ୍‌ଙ୍କ ବାପାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ଏହାସହ ସିଆରପିଏଫ ଜବାନଙ୍କ ଜରିଆରେ ଆରିଫ୍‌ଙ୍କୁ କାଶ୍ମୀର ନଆସିବାକୁ ବୁଝାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଆରିଫ୍‌ ତାଙ୍କ ବାପାଙ୍କୁ ଦେଖିବାକୁ ଜିଦ୍‌ ଧରି ବସିଥିଲେ।

ଆରିଫ କହିଛନ୍ତି ଯେ, ମୋର ବିଶ୍ଵାସ ନଥିଲା ମୁଁ ଆଉ ମୋ ବାପାଙ୍କୁ ଦେଖିପାରିବି। ସିଆରପିଏଫ ଜବାନ ଭାଇମାନଙ୍କ ଯୋଗୁଁ ତାଙ୍କ ବାପାଙ୍କ ଜୀବନ ବଞ୍ଚିପାରିଛି। ଏଥିପାଇଁ ଜୀବନ ସାରା ସିଆରପିଏଫ ଜବାନଙ୍କ ଋଣି ହୋଇ ରହିବି।

ସିଆରପିଏଫ୍ ‘ମଦଦଗାର’ କ’ଣ?

କାଶ୍ମୀର ସ୍ଥାନୀୟ ମେଡିକାଲରେ ଆରିଫ୍‌ଙ୍କ ବାପାଙ୍କ ସ୍ଵାସ୍ଥ୍ୟବସ୍ତା ଗୁରୁତର ହେବାରୁ ତାଙ୍କୁ ସିଆରପିଏଫ୍ ପକ୍ଷରୁ ଚଣ୍ଡିଗଡ଼ିସ୍ଥିତ ପିଜିଆଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହାସହ ୫ଟି ରାଜ୍ୟର ପୋଲିସ ସହୟତାରେ ଆରିଫ୍‌ଙ୍କୁ ମଧ୍ୟ ପିଜିଆଇ ହସ୍ପିଟାଲକୁ ପହଞ୍ଚାଇଥିଲା ସିଆରପିଏଫ ମଦଦଗାର।

“ଆରିଫଙ୍କ ଖବର ଶୁଣିବା ପରେ ଆମେ ପ୍ରଥମେ ତାଙ୍କ ବାପାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଇଥିଲୁ। ଏହାପରେ ଆମେ ଆରିଫ ସହ ସମ୍ପର୍କ କରିବାକୁ ଚେଷ୍ଟା କରିଥିଲୁ। ଆରିଫ ଗୁଜରାଟରେ ପହଞ୍ଚିବା ପରେ ଆମର ତାଙ୍କ ସହ ସମ୍ପର୍କ ହୋଇ ପାରିଥିଲା। ଏହାପରେ ତାଙ୍କ ବାପାଙ୍କୁ ହସ୍ପିଟାଲରେ ଭର୍ତ୍ତି କରଯାଇଥିବା ନେଇ ଆମେ ତାଙ୍କୁ ସୂଚନା ଦେଇଥିଲୁ।”ଏହା କହିଛନ୍ତି କାଶ୍ମୀରର ସିଆରପିଏଫ ଡିଜି ଜୁଲ୍‌ଫିକାର ହସନ।

corona

୨୦୧୭ ମସିହାରେ ସିଆରପିଏଫ୍‌ ‘ମଦଦକଗାର’ ଆରମ୍ଭ ହୋଇଥିଲା। ଏହି ହେଲ୍ପଲାଇନର ଉଦ୍ଦେଶ୍ୟ ହେଉଛି ଅସୁବିଧାରେ ପଡ଼ିଥିବା ଲୋକଙ୍କୁ ସାହାଯ୍ୟ କରିବା। ଗତବର୍ଷ ଅଗଷ୍ଟ ମାସରେ କାଶ୍ମୀରରେ ଲକ୍‌ଡାଉନ ଘୋଷଣା ହୋଇଥିଲା। ସେହି ସମୟରେ ଏହି ହେଲ୍ପଲାଇନ ମାଧ୍ୟମରେ ଦେଶର ବିଭିନ୍ନ ସ୍ଥାନରେ ଫଶି ରହିଥିବା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରାଯାଇଥିଲା। ଆରିଫଙ୍କ ବାପାଙ୍କ ଚିକିତ୍ସା ଖର୍ଚ୍ଚ ମଧ୍ୟ ସିଆରପିଏଫ ‘ମଦଦଗାର’ ଉଠାଇବ।

LEAVE A REPLY

Please enter your comment!
Please enter your name here