ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରତିଦିନ ଦେଶକୁ କରୋନାକୁ ନେଇ ତାଜା ଅପଡେଟ ଦେଉଥିବା ଲଭ୍ ଅଗ୍ରୱାଲଙ୍କ ବିଷୟରେ ଜାଣନ୍ତୁ।
ଦେଶରେ କରୋନା ସଙ୍କଟ ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ପ୍ରତିଦିନ ସାମ୍ବାଦିକ ସମ୍ମଳିନୀ ହେଉଛି। ବିଶ୍ୱରେ ଏବଂ ଦେଶରେ କରୋନା ସ୍ଥିତି କ’ଣ? ସରକାର କ’ଣ ପଦକ୍ଷେପ ନେଉଛନ୍ତି? କିଭଳି ଏହାକୁ ରୋକାଯାଇ ପାରିବ ସେନେଇ ପରାମର୍ଶ ଦିଆଯାଉଛି। ଏହି ସାମ୍ବାଦିକ ସମ୍ମଳିନୀରେ ଲୋକେ ପ୍ରତିଦିନ ଗୋଟିଏ ଚେହେରାକୁ ଦେଖୁଛନ୍ତି। ସେ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଯୁଗ୍ମ ସଚିବ ଲଭ୍ ଅଗ୍ରଓ୍ୱାଲ ଯିଏ କରୋନାକୁ ନେଇ ଦେଶକୁ ତାଜା ଅପଡେଟ ଦେଉଛନ୍ତି।
ଆସନ୍ତୁ ଜାଣିବା ତାଙ୍କ ବିଷୟରେ…
ଲଭ୍ ଅଗ୍ରୱାଲଙ୍କ ଘର ଉତ୍ତରପ୍ରଦେଶର ସାହାରନପୁରରେ। ତାଙ୍କ ବାପାଙ୍କ ନାଁ କେ.ଜି ଅଗ୍ରୱାଲ। ଲଭ୍ ଅଗ୍ରୱାଲ୍ ୧୯୯୬ ମସିହାରେ ଆଇଏଏସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ୟୁପିଏସସିର ଏହି ପରୀକ୍ଷାରେ ସେ ଦେଶରେ ୨୧ ତମ ସ୍ଥାନ ପାଇଥିଲେ। ତାଙ୍କୁ ଆନ୍ଧ୍ରପ୍ରଦେଶ କ୍ୟାଡର ମିଳିଥିଲା।
ଏହି ସମୟରେ ସେ ଆନ୍ଧ୍ରପ୍ରଦେଶରେ ମାଧ୍ୟମିକ ଶିକ୍ଷା ବିଭାଗର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ। ଆନ୍ଧ୍ରରେ ସେ ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ସେ ନିଜେ ଆନ୍ଧ୍ରପ୍ରଦେଶରେ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର କମିଶନର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି।
୨୦୧୬ ଲୁଭ ଅଗ୍ରୱାଲଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ।। ଭଲ ରେକର୍ଡକୁ ଦୃଷ୍ଟିରେ ରଖି ମୋଦୀ ସରକାର ଅଗଷ୍ଟ ୨୦୧୬ରେ ତାଙ୍କୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବରେ ଦାୟିତ୍ୱ ଦେଇଥିଲା। ୫ ବର୍ଷ ପାଇଁ ଏହି ଦାୟିତ୍ୱ ତୁଲାଇବାକୁ ନିଯୁକ୍ତି ମିଳିଥିଲା।