ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଣା ସଂକ୍ରାନ୍ତି ଦିନ ପ୍ରତି ଘରେ ବେଲ ପଣା ପ୍ରସ୍ତୁତ ହୋଇଥାଏ। ଏହି ପଣାକୁ ଚଉଁରା ପାଖରେ ଲାଗି କରାଯାଏ। ଚଉଁରା ପାଖରେ ଭୋଗ ହେବା ପରେ ଅନ୍ୟମାନେ ପଣା ପିଇଥାନ୍ତି। ବେଲ ପଣା ଅତି ସ୍ୱାଦିଷ୍ଟ। ଏହା  ପେଟ ପାଇ ଭଲ। ତେବେ ଆସନ୍ତୁ ଜାଣିବା ପଣା ସଂକ୍ରାନ୍ତିରେ ଆପଣ ଘରେ କିଭଳି ସ୍ୱାଦିଷ୍ଟ ବେଲ ପଣା ତିଆରି କରିବେ?

ବେଲ ପଣା ପାଇଁ ସାମଗ୍ରୀ:

ବେଲ

ଗୁଡ କିମ୍ବା ଚିନି

ଗୋଲ ମରିଚ

ଛେନା

ନଡ଼ିଆ କୋରା

ବୁନ୍ଦି ବା ଲଡୁ

ଅଙ୍ଗରୁ

କଦଳୀ

ପ୍ରଣାଳୀ:

ପ୍ରଥମେ ଦୁଇଟି ପାତ୍ରରେ ଆବଶ୍ୟକ ଅନୁସାରେ ପାଣି ନିଅନ୍ତୁ। ତା ପରେ ବେଲକୁ ଫଟାଇ ତାଭିତରର ଶସକୁ ଚାମଚ ସାହାଯ୍ୟରେ କାଢ଼ି  ଗୋଟିଏ ପାତ୍ରରେ ଥିବା ପାଣିରେ ପକାଇ ଦିଅନ୍ତୁ। ଏହାପରେ ହାତରେ ତାକୁ ଭଲ ଭାବେ ଚକଡ଼ି ସେଥିରୁ ମଞ୍ଜି ଓ ଖଦଡ଼ା ଅଂଶକୁ କାଢ଼ି ଦିଅନ୍ତୁ। ଏହାପରେ ବେଲ ରସକୁ ଅନ୍ୟ ପାତ୍ରରେ ଥିବା ପାଣିରେ ମିଶାଇ ଦିଅନ୍ତୁ।

ଏବେ ଆପଣ କଦଳୀ, ଅଙ୍ଗୁର, ନଡ଼ିଆ କୋରା, ଛତୁଆ ଗୁଣ୍ଡ, ଛେନା, ରସଗୋଲା, ଦହି ଆବଶ୍ୟକ ଅନୁସାରେ ଏଥିରେ ମିଶାନ୍ତୁ। ପଣାରେ ଆପଣ ଚିନି ବା ଗୁଡ଼ ବ୍ୟବହାର କରିପାରିବେ।

ପଣାର ସ୍ୱାଦ ବଢ଼ାଇବା ପାଇଁ ଆପଣ ଏଥିରେ ବୁନ୍ଦି କିମ୍ବା ଲଡୁକୁ ଗୁଣ୍ଡ କରି ପକାଇପାରିବେ। ଗୋଲ ମରିଚ ପକାଇଲେ ପଣାର ସ୍ୱାଦ ଆହୁରି ବଢ଼ିଯାଏ। ଏବେ ଆପଣ କିଛି ସମୟ ପାଇଁ ପଣାକୁ ଫ୍ରିଜରେ ରଖି ନିଜେ ପିଇବା ସହ ପ୍ରିୟଜନଙ୍କୁ ପିଇବାକୁ ଦେଇପାରିବେ।

Comment