ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ଭାଇରସ ସମସ୍ତଙ୍କ ଚିନ୍ତା ବଢ଼ାଇଛି। କରୋନା ସଂକ୍ରମଣ ପାଇଁ ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଏବେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ବନ୍ଦ ରହିଛି। ଫଳରେ ପିଲାମାନେ ଘରେ ବାପା, ମା’ଙ୍କ ସାଙ୍ଗରେ  ସମୟ ବିତାଉଛନ୍ତି। ଏହି ସମୟରେ  ସେମାନେ ବାପା, ମା’ଙ୍କଠାରୁ ଅଧିକ ଭଲ ପାଇବା ଏବଂ ସମର୍ଥନ ଆବଶ୍ୟକ କରିପାରନ୍ତି। ଏଥିପାଇଁ ଜାଣି ରଖନ୍ତୁ ଘରେ ଆପଣ ଆପଣଙ୍କ ପିଲାଙ୍କୁ କିଭଳି ସ୍ୱାଭାବିକ ଅନୁଭବ କରାଇପାରିବେ ?

ଶାନ୍ତ ଏବଂ ଆକ୍ଟିଭ ରୁହନ୍ତୁ

କରୋନାକୁ ନେଇ ସବୁଠି ସମସ୍ୟା ସୃଷ୍ଟି ହୋଇଥିଲା ବେଳେ ବାପା, ମା’ ନିଜ ପିଲାଙ୍କ ସାମନାରେ ଶାନ୍ତ ଆକ୍ଟିଭ ରହିବାକୁ ଚେଷ୍ଟା କରନ୍ତୁ। ପିଲାଙ୍କ ସହିତ କରୋନା ଭାଇରସ କୋଭିଡ ୧୯ ସମ୍ପର୍କରେ ଆଲୋଚନା କରନ୍ତୁ। ଯଦି ଆପଣଙ୍କ ପିଲାଙ୍କଠାରେ ଥଣ୍ଡା, ଛିଙ୍କ ଭଳି କିଛି ଲକ୍ଷଣ ଦେଖାଦେଲା ତାହେଲେ ଏହା ସାଧାରଣ ଥଣ୍ଡା ହୋଇପାରେ ବୋଲି କହନ୍ତୁ। ଏଥିରେ ଭୟଭୀତ ନ ହେବାକୁ ପିଲାଙ୍କୁ କହନ୍ତୁ।

ପିଲାଙ୍କ ପାଇଁ ଏକ ରୁଟିନ୍‌ ରଖନ୍ତୁ

ପିଲାମାନେ ଘରେ ଥିଲା ବେଳେ ସେମାନଙ୍କ ପାଇଁ ଏକ ରୋଟିନ ଆବଶ୍ୟକ। ସେମାନେ କେତେବେଳେ ପାଠ ପଢ଼ିବେ, କେତେବେଳେ ଖେଳକୁଦ କରିବେ ଏନେଇ ବାପା, ମା’ ଏକ ରୁଟିନ ତିଆରି କରିବା ଆବଶ୍ୟକ। ଏଥିସହିତ ପିଲାଙ୍କୁ ଫୋନ ଯୋଗେ ସେମାନଙ୍କ ସାଙ୍ଗଙ୍କ ସହ କଥା କରାଇବାକୁ ବ୍ୟବସ୍ଥା କରିବା ଦରକାର। ପିଲାଙ୍କ ସହିତ ଏକାଠି ବସି ଭୋଜନ କରିବା ସହ ସେମାନଙ୍କୁ ଅଧିକ ସମୟ ଦେଇପାରିବେ।

କରୋନା ଭାଇରସକୁ ନେଇ ପିଲାମାନେ କ’ଣ ଶୁଣୁଛନ୍ତି ଯାଞ୍ଚ କରନ୍ତୁ

ଏବେ କରୋନା ଭାଇରସ ବିଷୟରେ ସୋସିଆଲ ମିଡିଆରେ ଅନେକ ଭୁଲ ତଥ୍ୟ ପ୍ରଚାରିତ ହେଉଛି| ଏମିତି ସ୍ଥିତିରେ ଆପଣଙ୍କ କ’ଣ ଶୁଣୁଛି କିମ୍ବା କ’ଣ ଭାବୁଛି ତାହା ଜାଣିବା ଦରକାର| ଆପଣଙ୍କ ଦାୟିତ୍ୱ ଆପଣ ନିଜ ପିଲାଙ୍କ କରୋନା ଭାଇରସ ସମ୍ପର୍କରେ ସଠିକ ତଥ୍ୟ ଦେବେ।

ବାପା, ମା’ ନିଜ ବ୍ୟବହାର ଉପରେ ଧ୍ୟାନ ଦେବା ଜରୁରୀ

କରୋନାକୁ ନେଇ ବାପା ମା’ ନିଶ୍ଚୟ ଚିନ୍ତାରେ ଥିବେ ମାତ୍ର ଏହି ଚିନ୍ତା ପିଲାଙ୍କ ସାମ୍ନାରେ ପ୍ରକାଶ କରନ୍ତୁ ନାହିଁ। ସର୍ବଦା ପିଲାଙ୍କୁ ସୁରକ୍ଷିତ ଅନୁଭବ କରାନ୍ତୁ। ଯାହାଦ୍ୱାରା ସେମାନେ ଘରେ ନିଜକୁ ସୁରକ୍ଷିତ ଅନୁଭବ କରିବେ।

Comment