ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଉତ୍ତରପ୍ରଦେଶର ନୋଏଡା ଅଞ୍ଚଳରେ ଗୋଟିଏ ଖବର ଏବେ ସମସ୍ତଙ୍କର ହୋସ୍ ଉଡ଼େଇ ଦେଇଛି। ସେଠାକାର ଦୁଇଜଣ ବ୍ୟକ୍ତି କରୋନା କବଳରୁ ଥରେ ସୁସ୍ଥ ହେବା ପରେ ପୁଣିଥରେ ଦ୍ୱିତୀୟ ଥର ପାଇଁ କରୋନାରେ ଆକ୍ରାନ୍ତ ହୋଇପଡ଼ିଛନ୍ତି।

ନୋଏଡାର ସେକ୍ଟର ୧୩୭ ଓ ସେକ୍ଟର ୧୨୮ରେ ରହୁଥିବା ଏହି ଦୁଇ ଜଣ ବ୍ୟକ୍ତି କିଛି ଦିନ ତଳେ କରୋନରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା । ଚିକିତ୍ସା ଶେଷ ହେବା ପରେ ଲଗାତାର ଦୁଇଥର ପାଇଁ ତାଙ୍କର ନମୁନା ପରୀକ୍ଷଣ କରାଯାଇଥିଲା। ଯେଉଁଥିରେ ରିପୋର୍ଟ ନେଗେଟିଭ୍ ଆସିଥିଲା।

ଏହାପରେ ଡାକ୍ତରୀ ଟିମ୍ ଆଉ ଥରେ ତାଙ୍କର ନମୁନା ସଂଗ୍ରହ କରି ତାଙ୍କୁ ଘରକୁ ପଠାଇ ଦେଇଥିଲା। ହେଲେ ତୃତୀୟ ଥରର ରିପୋର୍ଟରେ ସେମାନେ ପୁଣିଥରେ ପଜିଟିଭ୍ ଥିବା ଦେଖିବାକୁ ମିଳିଛି।

ତୃତୀୟ ଥରରେ ରିପୋର୍ଟ ପଜିଟିଭ୍ ଆସିବା ପରେ ଏହି ଖବର ଡାକ୍ତରମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି। ତୁରନ୍ତ ଦୁଇଜଣଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯିବା ସହିତ ସେମାନଙ୍କର ଚିକିତ୍ସା ପୁଣିଥିରେ ଆରମ୍ଭ କରାଯାଇଛି। ଏଥିସହିତ ଚତୁର୍ଥ ଥର ପାଇଁ ତାଙ୍କର ନମୁନା ପରୀକ୍ଷଣ କରିବାକୁ ପଠାଯାଇଛି।corona

ଏହାପୂର୍ବରୁ ଚର୍ଚ୍ଚା ହେଉଥିଲା ଯେ, କୌଣସି ବ୍ୟକ୍ତି କରୋନା କବଳରୁ ସୁସ୍ଥ ହେବା ପରେ ଏହି ଭାଇରସ୍ ପୁଣିଥରେ ତାଙ୍କୁ ସଂକ୍ରମିତ କରିବ ନାହିଁ। ଏହି ଖବର କିନ୍ତୁ ଏହି ଚର୍ଚ୍ଚାକୁ ଭୁଲ୍ ପ୍ରମାଣିତ କରିଛି। କରୋନା କବଳରୁ ଥରେ ସୁସ୍ଥ ହେବା ପରେ ଦ୍ୱିତୀୟ ଥର ପାଇଁ ଏହି ଦୁଇ ଜଣ ବ୍ୟକ୍ତି କରୋନା ସଂକ୍ରମିତ ହୋଇପଡ଼ିଛନ୍ତି।

Comment