ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ମଙ୍ଗଳବାର ସକାଳ ୧୦ଟାରେ ଦେଶବାସୀଙ୍କୁ ପୁଣିଥରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଲକଡାଉନର ଶେଷ ଦିନରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି ଏହି ଅବଧି ବୃଦ୍ଧି କରିବେ ବୋଲି ଆଶା କରାଯାଉଛି।

କରୋନା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଏପ୍ରିଲ୍ ୧୪ ପର୍ଯ୍ୟନ୍ତ ସାରା ଦେଶରେ ଲକଡାଉନ୍ ଘୋଷଣା କରିଥିଲେ। ଯାହା ମଙ୍ଗଳବାର ଶେଷ ହେବାକୁ ଯାଉଛି। ଅନ୍ୟପଟେ ଦେଶରେ କିନ୍ତୁ କରୋନା ଭାଇରସ୍ ବର୍ତ୍ତମାନ ପର୍ଯ୍ୟନ୍ତ ନିୟନ୍ତ୍ରଣାଧୀନ ହୋଇନାହିଁ। ତେଣୁ ଲକଡାଉନ୍ ଅବଧିକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଉଥିବା କୁହାଯାଉଛି।

ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହିତ ମଧ୍ୟ ପ୍ରଧାନମନ୍ତ୍ରୀ ଏନେଇ ଆଲୋଚନା କରିସାରିଛନ୍ତି। ଯେଉଁଥିରେ ଅନେକ ମୁଖ୍ୟମନ୍ତ୍ରୀ ଲକଡାଉନ୍ ଅବଧି ବୃଦ୍ଧି କରିବାକୁ ସୁପାରିସ୍ କରିଛନ୍ତି। ଏପରିକି ଓଡ଼ିଶା, ପଞ୍ଜାବ, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀମାନେ ନିଜ ନିଜ ରାଜ୍ୟରେ ଲକଡାଉନ୍ ଅବଧିକୁ ବୃଦ୍ଧି କରିସାରିଛନ୍ତି।corona

ତେଣୁ ମଙ୍ଗଳବାର ଦେଶବାସୀଙ୍କୁ ସମ୍ବୋଧନ କରିବା ସହିତ ପ୍ରଧାନମନ୍ତ୍ରୀ ଲକଡାଉନ୍ ଅବଧି ବୃଦ୍ଧି କରିବା କଥା ଘୋଷଣା କରିପାରନ୍ତି ବୋଲି ଆଶଙ୍କା କରାଯାଉଛି।

Comment