ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅବସରପ୍ରାପ୍ତ ସେନା ଅଧିକାରୀ ଲେଫ୍ଟନାଣ୍ଟ ଜେନେରାଲ କେ ପି ଧଳସାମନ୍ତଙ୍କ ନୂଆଦିଲ୍ଲୀର ଏକ ଘରୋଇ ହସ୍ପିଟାଲରେ ସୋମବାର ସକାଳେ ଦେହାନ୍ତ ହୋଇଛି। ସେ କ୍ୟାନସରରେ ପୀଡ଼ିତ ଥିଲେ ଏବଂ ମାସେ ହେଲା ଚିକିତ୍ସାଧୀନ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ବୟସ ହୋଇଥିଲା।

ଶ୍ରୀ ଧଳସାମନ୍ତ ରାଷ୍ଟ୍ରୀୟ ରାଇଫଲ ଡିଜି ଭାବେ ଅବସର ନେଇଥିଲେ। ୨୦୦୭ରୁ ୨୦୧୦ ଯାଏଁ ସେ ଏହି ପଦବୀରେ ରହିଥିଲେ।

୧୯୯୯ କାରଗିଲ ଯୁଦ୍ଧ ଏବଂ ୧୯୭୧ ବାଂଲାଦେଶ ମୁକ୍ତି ସଂଗ୍ରାମରେ ସକ୍ରିୟ ଭୂମିକା ନେଇଥିଲେ କେ ପି ଧଳସାମନ୍ତ। ସେହିପରି ପଞ୍ଜାବ ଅମୃତସରରେ ଅପରେସନ ବ୍ଲୁ ଷ୍ଟାରରେ ମଧ୍ୟ ସାମିଲ ହୋଇଥିଲେ ଶ୍ରୀ ଧଳସାମନ୍ତ। ସେ କଟକ ଜିଲ୍ଲା ବାଙ୍କୀ ଡମପଡ଼ାଠାରେ ଜନ୍ମ ଗ୍ରହଣ କରିଥିଲେ।

Comment