ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ୱାଟ୍ସ୍‌ଆପ୍‌ରେ ସ୍କୁଲ ପିଲାଙ୍କୁ ପଢ଼ାଯିବ ପାଠ। ଏହି ନିୟମ ସବୁ ଜିଲ୍ଲାରେ ଆରମ୍ଭ କରାଯିବ। ଏନେଇ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ଆଜିଠୁ ପ୍ରାଥମିକ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାରେ ଏହି ବ୍ୟବସ୍ଥା ଆରମ୍ଭ ହୋଇଛି। ଆଗାମୀ ଦିନରେ ଅନ୍ୟ ଜିଲ୍ଲାମାନଙ୍କରେ ଏହା ଲାଗୁ କରାଯିବ।

ଯେଉଁ ଛାତ୍ରଛାତ୍ରୀମାନଙ୍କର ସ୍ମାର୍ଟଫୋନ୍‌ ଅଛି ସେମାନଙ୍କୁ ନେଇ ହ୍ୱାଟ୍‌ସ୍‌ଆପ୍‌ ଗ୍ରୁପ୍‌ ଗଠନ କରାଯାଉଛି। ଏହି ଗ୍ରୁପ୍‌ରେ ହିଁ ପିଲାମାନଙ୍କୁ ପାଠ ପଢ଼ାଯିବ।

ଲକ୍‌ଡାଉନ୍‌ ପାଇଁ ସ୍କୁଲ, କଲେଜ ଜୁନ୍‌ ୧୭ ଯାଏଁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଗତ ମାର୍ଚ୍ଚ ୨୪ରୁ ସ୍କୁଲ ବନ୍ଦ ରହିଲାଣି। ଆଉ ୨ ମାସ ପରେ ସ୍କୁଲ ଖୋଲିବ। ଅଧିକ ସମୟ ଛୁଟି ରହୁଥିବାରୁ ପିଲାଙ୍କ ପାଠପଢ଼ାରେ ବାଧା ଉପୁଜିପାରେ। ଏଣୁ ଏହାକୁ ଦୃଷ୍ଟିରେ ରଖି ସ୍କୁଲ ଓ ଗଣଶିକ୍ଷା ବିଭାଗ ତରଫରୁ ଏହି ପଦକ୍ଷେପ ନିଆଯାଇଛି।

ଏପଟେ ଦ୍ୱିତୀୟରୁ ଅଷ୍ଟମ ଶ୍ରେଣୀ ଯାଏଁ ପିଲାଙ୍କୁ ପାଠ୍ୟପୁସ୍ତକ ବଣ୍ଟନ କରାଯାଉଛି। ଏପ୍ରିଲ ୩୦ ସୁଦ୍ଧା ସବୁ ପିଲାଙ୍କ ଘରେ ବହି ପହଞ୍ଚିବ ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ।

Comment