ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଭାରତୀୟ ନୌସେନାରେ ପ୍ରବେଶ କଲା କରୋନା ଭାଇରସ। ଶନିବାର ମୁମ୍ବାଇରେ ଥିବା ଆଇଏନଏସ୍ ଆଙ୍ଗ୍ରେର ୨୧ ଜଣ ନାବିକ କରୋନାରେ ପଜିଟିଭ୍ ଥିବା ଜଣାପଡ଼ିଛି।

ଏହି ନୌସେନା ଅଧିକାରୀମାନେ କରୋନାରେ ପଜିଟିଭ୍ ଥିବା ଜଣାପଡ଼ିବା ପରେ ତୁରନ୍ତ ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ସେ ରହୁଥିବା ଆଇଏନଏସ୍ ଆଙ୍ଗ୍ରେର ସମସ୍ତ ଯବାନଙ୍କୁ ମଧ୍ୟ କ୍ୱାରେଣ୍ଟାଇନରେ ରଖାଯାଇଛି।

ନୌସେନା ପକ୍ଷରୁ କୁହାଯାଇଛି ଯେ, ଏହି ଭାଇରସ୍ ଅନ୍ୟମାନଙ୍କୁ ସଂକ୍ରମିତ ହୋଇନାହିଁ। ଏହା କେବଳ ସେହି ଯବାନମାନଙ୍କ ମଧ୍ୟରେ ସୀମିତ ରହିଛି ବୋଲି କୁହାଯାଇଛି।corona

ତେବେ ଚିନ୍ତାର କାରଣ ହେଲା ମୁମ୍ବାଇରେ ବର୍ତ୍ତମାନ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ଏବେ ବି ଭାରତର ସବୁଠୁ ଅଧିକ ପ୍ରଭାବିତ ରାଜ୍ୟ ହୋଇ ରହିଛି। ଏଭଳି ପରିସ୍ଥିତିରେ ଆକ୍ରାନ୍ତଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇବ ବୋଲି ସନ୍ଦେହ କରାଯାଉଛି।

Comment