ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ଜଷ୍ଟିସ୍ ମହମ୍ମଦ ରଫିକ୍। ତାଙ୍କର ନାଁକୁ ସୁପ୍ରିମକୋର୍ଟ କଲେଜିୟମ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ସୁପାରିସ୍ କରିଛି।

ଜଷ୍ଟିସ୍ ମହମ୍ମଦ ରଫିକ୍ ବର୍ତ୍ତମାନ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତେବେ ତାଙ୍କୁ ମେଘାଳୟରୁ ଓଡ଼ିଶା ହାଇକୋର୍ଟକୁ ବଦଳାଇବାକୁ କଲେଜିୟମ ସୁପାରିସ୍ କରିଛନ୍ତି।

ଜଷ୍ଟିସ୍ କଳ୍ପେଶ ସତ୍ୟେନ୍ଦ୍ର ଜାଭେରୀ କିଛି ମାସ ତଳେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରୁ ଅବସର ଗ୍ରହଣ କରିଥିଲେ। ଏହାପରେ ଜାନୁଆରୀ ୫ ତାରିଖରୁ ଜଷ୍ଟିସ୍ ସଞ୍ଜୁ ପଣ୍ଡା ଓଡ଼ିଶା ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତେଣୁ ଜଷ୍ଟିସ୍ ରଫିକଙ୍କୁ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିବାକୁ କୁହାଯାଇଛି।

ଜଷ୍ଟିସ୍ ରଫିକଙ୍କ ବଦଳରେ ଜଷ୍ଟିସ୍ ବିଶ୍ୱନାଥ ସୋମଦ୍ଦାରଙ୍କୁ ମେଘାଳୟ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ଦିଆଯାଇଛି।

Comment