ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଯୁଦ୍ଧା ଆଗଧାଡ଼ିର ଯୋଦ୍ଧା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ମିଳିବନି ନିସ୍ତାର। ଆକ୍ରମଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ କେନ୍ଦ୍ର ସରକାର। ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇଛନ୍ତି।

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଆକ୍ରମଣକାରୀଙ୍କୁ ୩ ମାସରୁ ୫ ବର୍ଷ ଯାଏଁ ହେବ ଜେଲ ଦଣ୍ଡ। ଗୁରୁତର ମାମଲାରେ ୬ ମାସରୁ ୭ ବର୍ଷ ଯାଏଁ ଜାମିନବିହୀନ ଜେଲଦଣ୍ଡ ହେବ। ଗୁରୁତର ମାମଲାରେ ୧ ଲକ୍ଷରୁ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଆକ୍ରମଣକାରୀଙ୍କଠାରୁ ଆଦାୟ କରାଯିବ।

ଆକ୍ରମଣ ଅଭିଯୋଗର ୩୦ ଦିନ ଭିତରେ ତଦନ୍ତ ଶେଷ ହେବ ବୋଲ ଜାଭଡେକର ସୂଚନା ଦେଇଛନ୍ତି।

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣିଛନ୍ତି। ୧୨୩ ବର୍ଷ ତଳର ଆଇନରେ ସଂଶୋଧନ ଆଣିବା ପାଇଁ କେନ୍ଦ୍ର କ୍ୟାବିନେଟ୍‌ ଅଧ୍ୟାଦେଶକୁ ମଞ୍ଜୁର ଦେଇଛି।

Comment