ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ ଚିନ୍ତାରେ ଏବେ ସାରା ଦେଶ। ଏଥିପାଇଁ ସରକାରଙ୍କଠାରୁ ଆରମ୍ଭ କରି ନାଗରିକମାନଙ୍କ ପର୍ଯ୍ୟନ୍ତ ସମସ୍ତେ ନିଜ ନିଜ କ୍ଷେତ୍ରରେ କରୋନା ବିରୋଧରେ ଲଢ଼େଇ କରୁଛନ୍ତି। ଏହି କ୍ରମରେ ଦେଶର ପ୍ରଥମ ମହିଳା ନାଗରିକ ତଥା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସ୍ତ୍ରୀ ସବିତା କୋବିନ୍ଦ ମଧ୍ୟ ଏହି ଲଢ଼େଇରେ ନିଜକୁ ସାମିଲ କରିଛନ୍ତି।

ସେ ପ୍ରେସିଡେଣ୍ଟ ଇଷ୍ଟେଟ୍‌ର ଶକ୍ତିହାଟରେ ମାସ୍କ ସିଲେଇ କରିଛନ୍ତି। ଏହି ମାସ୍କ ସିଲେଇ ସହ ଏହି ସଙ୍କଟ ସମୟରେ ଆମ ସମସ୍ତଙ୍କୁ ଏକାଠି ହୋଇ ଲଢ଼ିବାର ବାର୍ତ୍ତା ଦେଇଛନ୍ତି।

corona

ପ୍ରେସିଡେଣ୍ଟ ଇଷ୍ଟେଟ୍‌ର ଶକ୍ତିହାଟରେ ତିଆରି ହେଉଥିବା ମାସ୍କଗୁଡ଼ିକ ଦିଲ୍ଲୀ ସହରୀ ଆଶ୍ରୟ ବିକାଶ ବୋର୍ଡ ଦ୍ଵାରା ପରିଚାଳିତ ଆଶ୍ରୟଗୃହକୁ ପ୍ରଦାନ କରାଯିବ। ଏନେଇ ଏଠାରେ ମାସ୍କ ତିଆରି କରୁଛନ୍ତି ଦେଶର ପ୍ରଥମ ମହିଳା ନାଗରିକ ସବିତା କୋବିନ୍ଦ।

ପଞ୍ଜାବରେ ମଧ୍ୟ ଜଣେ ୯୮ ବର୍ଷ ବୟସ୍କ ବୃଦ୍ଧା ଗୁରୁଦେବ କୌର ଏକ ସିଲେଇ ମେସିନରେ ଫେସ୍ ମାସ୍କ ତିଆରି କରୁଛନ୍ତି। ଏହି ମାସ୍କ ସେ ଗରିବ ଏବଂ ଅଭାବୀ ଲୋକମାନଙ୍କ ମଧ୍ୟରେ ବଣ୍ଟନ କରନ୍ତି। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ମଧ୍ୟ ଏହାର ଏକ ଭିଡିଓ ସେୟାର କରିଛନ୍ତି।

Comment