ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ଫୋନ ଯୋଗେ ହେବ ରୋଗୀ ସେବା। ରୋଗୀ ଫୋନ କରି ରୋଗ ସମ୍ପର୍କରେ କହିବା ପରେ ଡାକ୍ତରଙ୍କଠାରୁ ରୋଗୀଙ୍କୁ ମିଳିବ ପରାମର୍ଶ। ରାୟଗଡା ଜିଲ୍ଲା ଚିକିତ୍ସାଳୟରେ ଏହି ଟେଲି ମେଡିସନ ସେବା ବୁଧବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଛି। ଏହି ସେବା ସୋମବାରଠାରୁ ଶନିବାର ଯାଏଁ ସକାଳ ୮ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଉପଲବ୍ଧ ରହିବ।

ହ୍ଵାଟ୍ସଆପ୍‌ କଲିଂ କିମ୍ବା ଭିଡିଓ କଲିଂ ମାଧ୍ୟମରେ ରୋଗୀ ଜିଲ୍ଲା ଚିକିତ୍ସାଳୟ ବିଶେଷଜ୍ଞ ଡାକ୍ତରଙ୍କ ସହ ପରାମର୍ଶ କରିପାରିବେ। ଏ ନେଇ ବିଭିନ୍ନ ବିଭାଗ ପାଇଁ ଚିକିତ୍ସାଳୟ କତ୍ତୃପକ୍ଷଙ୍କ ଦ୍ଵାରା ଫୋନ ନମ୍ବର ଜାରି କରାଯାଇଛି।

ସାଧାରଣ ଓପିଡି ରୋଗୀଙ୍କ ପାଇଁ ଫୋନ ନଂ-୭୦୬୪୭୧୮୯୯୧, ଔଷଧ ବିଶେଷଜ୍ଞଙ୍କ ସହ ଯୋଗାଯୋଗ ନଂ- ୯୪୩୭୩୯୧୭୬୨, ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କ ନଂ-୯୪୩୭୩୨୪୯୬୧, ଶିଶୁ ରୋଗ ବିଶେଷଜ୍ଞଙ୍କ ଯୋଗାଯୋଗ ନଂ-୯୪୩୭୩୫୨୩୮୬ ଓ ଇଏନଟି ବିଭାଗ ରୋଗୀ ବିଶେଷଜ୍ଞଙ୍କ ସହ ପରାମର୍ଶ ପାଇଁ ଫୋନ ନଂ-୯୪୩୭୪୪୧୩୨୫।

ଏହି ଫୋନ ନମ୍ବର ଯୋଗେ ହ୍ଵାଟ୍ସଆପ୍‌ ମାଧ୍ୟମରେ କଲିଂ କିମ୍ବା ଭିଡିଓ କଲିଂ ଦ୍ୱାରା ସମ୍ପୃକ୍ତ ରୋଗୀ ଚିକିତ୍ସା ପାଇଁ ଡାକ୍ତରୀ ପରାମର୍ଶ ନେଇ ପାରିବେ ବୋଲି ସୂଚନା ମିଳିଛି। ତେବେ ଏହାଦ୍ୱାର ଚିକିତ୍ସାଳୟରେ ହେଉଥିବା ଅନାବଶ୍ୟକ ଗହଳିକୁ ରୋକାଯାଇ ପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି।

corona

କେବଳ ଗୁରୁତର ରୋଗୀ ଚିକିତ୍ସାଳୟକୁ ଆସିପାରିବେ। କରୋନା ମହାମାରୀ ମୁକାବିଲା ଦିଗରେ ଜିଲ୍ଲା ଚିକିତ୍ସାଳୟରେ ଏହା ପ୍ରଥମେ ଲାଗୁ କରିଯାଇଥିବାରୁ ଲୋକଙ୍କ ଭିଡ ରୋକିବା ସହିତ ସାମାଜିକ ଦୂରତ୍ୱ ଅବଲମ୍ବନ କରି କରୋନାଠାରୁ ରୋଗୀ, ସମ୍ପର୍କିୟଙ୍କ ସମେତ ସ୍ୱାସ୍ଥ୍ୟ କର୍ମୀ ଓ ଡାକ୍ତରଙ୍କୁ ସରକ୍ଷା ମିଳିପାରିବ ବୋଲି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଆର୍ତ୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି।

Comment