ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖରାଦିନେ  ସୂର୍ଯ୍ୟ କିରଣ ଓ ଧୂଳି ଯୋଗୁଁ କେଶ ଶୁଷ୍କ ଏବଂ ଦୁର୍ବଳ ହୋଇଯାଏ।  ଏପରି ପରିସ୍ଥିତିରେ କେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ବିଭିନ୍ନ ଚିକିତ୍ସା କିମ୍ବା ହେୟାର ସ୍ପା ନେବା ପରିବର୍ତ୍ତେ ଘରୋଇ ଉପଚାର ଗ୍ରହଣ କରିପାରିବେ।  ତେବେ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର …

ଅଲିଭ୍ ତେଲ

ଅଲିଭ୍ ତେଲ ଅନେକ ଜରୁରୀ ଉପାଦାନରେ ଭରପୂର। ସାମ୍ପୁ କରିବାର ୧ ଘଣ୍ଟା ପୂର୍ବରୁ ଏହାକୁ କେଶରେ ମସାଜ୍ କରନ୍ତୁ। ପରେ ସାମ୍ପୁ ଏବଂ ଉଷୁମ ପାଣିରେ କେଶ ଧୋଇ ଦିଅନ୍ତୁ। ଏହି ତେଲ ମୂଳରୁ କେଶକୁ ମଜଭୁତ କରିଥାଏ। କେଶକୁ ସୁନ୍ଦର, ମୋଟା କରିଥାଏ।

ଚା’ ପତ୍ର

ଚା ’ପତ୍ରକୁ ପାଣିରେ ଫୁଟାନ୍ତୁ। ଏହାପରେ ଏହାକୁ ଛାଣି ଦିଅନ୍ତୁ। ପ୍ରସ୍ତୁତ ପାଣି ଥଣ୍ଡା ହେବା ପରେ, କେଶରେ ଲଗାନ୍ତୁ। ଚା ’ପତ୍ର କେଶର ଶୁଷ୍କତାକୁ ଦୂର କରି ପୋଷଣ ଯୋଗାଏ। କେଶ ମଧ୍ୟ ମୋଟା, ସୁନ୍ଦର, ଶକ୍ତିଶାଳୀ ହୋଇଥାଏ।

ଅଣ୍ଡା

ଗୋଟିଏ ଅଣ୍ଡାରେ ଗୋଟିଏ ଚାମଚ ସାମ୍ପୁ ମିଶାନ୍ତୁ। ଏହାକୁ କେଶରେ ଲଗାନ୍ତୁ। ଏହାକୁ ପ୍ରାୟ ୧ ଘଣ୍ଟା ପାଇଁ ଛାଡିଦିଅନ୍ତୁ। ପରେ ଟିକିଏ ଅଧିକ ସାମ୍ପୁ ବ୍ୟବହାର କରି କେଶ ଧୋଇ ଦିଅନ୍ତୁ। ଏହା ଆପଣଙ୍କ କେଶକୁ ଆବଶ୍ୟକ ପ୍ରୋଟିନ ଯୋଗାଇବ।

Comment