ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଗୁଜରାଟରେ ଥିବା ପ୍ରବାସୀ ଓଡ଼ିଆମାନେ ବସ୍ ଯୋଗେ ଓଡ଼ିଶା ଫେରିବେ। ରବିବାର ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ସହ ନବୀନ ଆଲୋଚନା କରିବା ପରେ ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଲକଡାଉନ୍ କାରଣରୁ ଏବେ ଓଡ଼ିଶାର ଅନେକ ଲୋକ ଗୁଜରାଟରେ ରହିଯାଇଛନ୍ତି। ଯେଉଁମାନେ ଲକଡାଉନ୍ କଟକଣା ହଟିବା ପରେ ଓଡ଼ିଶା ଫେରିବେ। ତେବେ ସେମାନଙ୍କୁ ସୁରକ୍ଷିତ ସହକାରେ ଓଡ଼ିଶା ଫେରାଇ ଆଣିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।

ସେମାନଙ୍କୁ ବସ ଯୋଗେ ଓଡ଼ିଶା ଫେରାଇ ଅଣାଯିବ। ଏଥିପାଇଁ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ରୋଡ୍ ଟ୍ୟାକ୍ସ ଛାଡ୍ କରାଯିବାକୁ ଅନୁରୋଧ କରାଯିବ। ଏଥିସହ ଓଡ଼ିଶା ଓ ମହାରାଷ୍ଟ୍ରର ଦୁଇ ବରିଷ୍ଠ ଅଧିକାରୀଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯିବ। ଏହି କମିଟି ଲୋକମାନଙ୍କ ଓଡ଼ିଶା ଫେରିବାକୁ ନେଇ ସମସ୍ତ ନିଷ୍ପତ୍ତି ନେବ ବୋଲି କୁହାଯାଇଛି।

Comment