ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କେନ୍ଦ୍ର ସରକାର କରିଥିବା କଟକଣା କୋହଳକୁ ପାଳନ କଲେ ଦିଲ୍ଲୀ ସରକାର। ଏନେଇ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଘୋଷଣା କରିଛନ୍ତି। ଦିଲ୍ଲୀରେ ସମସ୍ତ ଦୋକାନ ଆଜିଠୁ ଖୋଲାଯିବ, ହେଲେ ମାର୍କେଟ କଂପ୍ଲେକ୍ସରେ ଥିବା ଦୋକାନ ଓ ସପିଂ ମଲ୍‌ ବନ୍ଦ ରହିବ। ଏହାସହ ମେ’ ୩ ଯାଏଁ ଲକ୍‌ଡାଉନ୍‌ ଜାରି ରହିବ ବୋଲି ଦିଲ୍ଲୀ ସରକାର କହିଛନ୍ତି।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ ଏକ ସାମ୍ଵାଦିକ ସମ୍ମଳିନୀ କରି କହିଛନ୍ତି ଯେ, କେନ୍ଦ୍ର ସରକାର ଦୋକାନ ଖୋଲାଯିବା ନେଇ ଯେଉଁ ନିୟମ କୋହଳ କରିଥିଲେ ଆମେ ତାକୁ ଦିଲ୍ଲୀରେ କାର୍ଯ୍ୟକାରୀ କରୁଛୁ। ଅତ୍ୟାବଶକୀୟ ଦୋକାନ ଯେପରି ଔଷଧ, ଗ୍ରୋସରୀ ଷ୍ଟୋର, ଫଳ ପନିପରିବା ଇତ୍ୟାଦି ଖୋଲା ରହିବ।

ହେଲେ କଣ୍ଟେନମେଣ୍ଟ ଘୋଷଣା ହୋଇଥିବା ଅଞ୍ଚଳରେ କୌଣସି ଦୋକାନ ଖୋଲିବ ନାହିଁ। ସେଠାରେ ଲକ୍‌ଡାଉନ୍‌ ପୂର୍ବ ଭଳି କାର୍ଯ୍ୟ କରିବ। ଏହାକୁ ପାଳନ କରିବାକୁ ଦିଲ୍ଲୀବାସୀଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ।

କେନ୍ଦ୍ର ଗୃହ ମନ୍ତ୍ରାଳୟ ଅନୁଯାୟୀ ଲକ୍‌ଡାଉନ୍‌ ସମୟରେ କେବଳ ଦୋକାନ ବଜାର ଖୋଲା ରହିବ। ଦୋକାନ ଖୋଲିବା ପାଇଁ କେତକ ନିୟମ ମଧ୍ୟ ପାଳନ କରିବାକୁ ସର୍ତ୍ତ ରଖାଯାଇଛି। ହେଲେ ସପିଂ କଂପ୍ଲକ୍ସ, ମଲ୍‌ ଖୋଲିବ ନାହିଁ।

Comment