ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟରେ ଆଉ ୨ କରୋନା ପଜିଟିଭ୍‌ ଚିହ୍ନଟ। ଜଣେ କୋରାପୁଟର ହୋଇଥିବା ବେଳେ ଅନ୍ୟ ଜଣେ ବାଲେଶ୍ଵରରୁ ଚିହ୍ନଟ ହୋଇଛି। କୋରାପୁଟରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାସହ ରାଜ୍ୟରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି।

କୋରାଟପୁଟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଜଣେ ୨୨ ବର୍ଷିୟ ସ୍ଵାସ୍ଥ୍ୟକର୍ମୀ। ତାଙ୍କ ପାଖରେ କରୋନାର କୌଣସି ଲକ୍ଷଣ ନଥିଲା। ଅନ୍ୟ ଜଣେ କରୋନା ଆକ୍ରାନ୍ତ ବାଲେଶ୍ଵରର ଜଣେ ୩୨ ବର୍ଷିୟ ବ୍ୟକ୍ତି। ନିକଟରେ ସେ କୋଲକାତାରୁ ଫେରିଥିଲେ।

ବର୍ତ୍ତମାନ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦ରେ ପହଞ୍ଚିଛି। ସେହିପରି ୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ଏଯାଏଁ ୭୨ କରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି।

କିଛି ଦିନ ହେବ ରାଜ୍ୟର ଯାଜପୁର, ଭଦ୍ରକ, ଓ ବାଲେଶ୍ଵର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏଠାରେ ଚିହ୍ନଟ ହୋଇଥିବା ଅଧିକାଂଶ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା। ସେହିପରି ଗତ ଏକ ସପ୍ତାହ ହେବ ଭୁବନେଶ୍ଵରରେ କେହି ବି ପଜିଟିଭ୍‌ ଚିହ୍ନଟ ହୋଇ ନାହାନ୍ତି।

Comment