ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

 

ବଲିଉଡରେ ଏଭଳି ସୁନ୍ଦରୀ ଗାୟିକା ଅଛନ୍ତିଯେଉଁମାନେ ସୁନ୍ଦରତାରେ ନାୟିକାଙ୍କଠାରୁ କୌଣସି ଗୁଣରେ କମ୍ ନୁହେଁ

ବଲିଉଡରେ ଏମିତି ଅନେକ ଗାୟିକା ଅଛନ୍ତି, ଯେଉଁମାନଙ୍କର କଣ୍ଠର ଯାଦୁରେ ଶ୍ରୋତାମାନେ ଝୁମନ୍ତି। ଆଉ ସେମାନଙ୍କୁ ଦେଖିଲେ ଖୁସିରେ ନାଚି ଉଠନ୍ତି। ଏହି ଗାୟିକାଙ୍କ ଭିତରୁ ଏମିତି କେତେଜଣ ଅଛନ୍ତି, ଯେଉଁମାନେ ସୌନ୍ଦର୍ଯ୍ୟକୁ ନେଇ ବେଶ୍‌ ଚର୍ଚ୍ଚା ହୁଏ। ସେମାନେ ବଲିଉଡ ନାୟିକାଙ୍କଠୁଁ ରୂପରେ କିଛି କମ୍ ନୁହଁନ୍ତି। ଆସନ୍ତୁ ନଜର ପକାଇବା ସେହିଭଳି ନାୟିକାଙ୍କ ଉପରେ।

ଶ୍ରେୟା ଘୋଷାଲ

ବଲିଉଡରେ କୋକିଳକଣ୍ଠୀ ଶ୍ରେୟା ଘୋଷାଲ ସଞ୍ଜୟଲୀଲା ଭଂସାଲୀଙ୍କ ‘ଦେବଦାସ୍’ରୁ ଗାୟିକା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ। ତାଙ୍କୁ ନାୟିକା ଭୂମିକା ଲାଗି ଅଫର୍ ବି ମିଳିଥିଲା। ହେଲେ ସେ ଗାୟିକା ଭାବେ ରହିବାକୁ ଚାହିଁଥିଲେ।

ନୀତି ମୋହନ

ନୀତି ମୋହନ ଇତିମଧ୍ୟରେ ବଲିଉଡରେ ଗାୟିକା ଭାବେ ବେଶ୍‌ ସଫଳତା ହାସଲ କରିସାରିଲେଣି। ସେ ‘ଦ ଷ୍ଟୁଡେଣ୍ଟ ଅଫ୍ ଦ ଇୟର’ ଫିଲ୍ମରେ ‘ଇସ୍କ ୱାଲା ଲଭ୍‍’ ଗୀତ ଗାଇ ଫିଲ୍ମ ଫେଆର୍ ଆର୍.ଡି ବର୍ମନ୍ ଆୱାର୍ଡ ମଧ୍ୟ ହାସଲ କରିଥିଲେ। ଏହାପରେ ସେ ବହୁ ସିନେମାରେ ଲୋକପ୍ରିୟ ଗୀତ ଗାଇସାରିଲେଣି। ଗାଇବା ସହ ଅଭିନୟ ମଧ୍ୟ କରିବା ପାଇଁ ସୋସିଆଲ ମିଡିଆରେ ଫ୍ୟାନ୍‌ମାନେ ଅନୁରୋଧ କରନ୍ତି ନୀତିଙ୍କୁ।

କନିକା କପୁର

ବ୍ଲକବଷ୍ଟର ଗୀତ ‘ବେବି ଡଲ୍’ ଗୀତ ଗାଇ ରାତାରାତି ଷ୍ଟାର୍ ସିଙ୍ଗର୍ ବନିଥିଲେ କନିକା କପୁର। ଏହାପରେ ସେ କେତେକ ହିଟ୍ ଗୀତରେ ବି କଣ୍ଠଦାନ କରି ଚର୍ଚ୍ଚିତା ହୋଇଛନ୍ତି। ତିନି ସନ୍ତାନର ଜନନୀ କନିକାଙ୍କୁ ଦେଖିଲେ ଲାଗେ ସତେ ଯେମିତି ସେ ବଲିଉଡ ହିରୋଇନ୍।

ସୁନିଧି ଚୌହ୍ୱାନ

ବଲିଉଡରେ ଗାୟିକା ଭାବେ ଗତ ୨୨ ବର୍ଷ ଧରି ସକ୍ରିୟ ଅଛନ୍ତି ସୁନିଧି ଚୌହ୍ୱାନ। ସେ ଇତିମଧ୍ୟରେ ବହୁ ଲୋକପ୍ରିୟ ତଥା ହିଟ୍ ଗୀତ ଶ୍ରୋତାଙ୍କୁ ଉପହାର ଦେଇସାରିଛନ୍ତି। ସୁନିଧିଙ୍କ ଭିତରେ ବି ଅଭିନେତ୍ରୀ ହେବାର ପ୍ରତିଭା ରହିଛି।

ମୋନାଲି ଠାକୁର

ବଲିଉଡର ଅନ୍ୟଜଣେ ସୁନ୍ଦରୀ ଗାୟିକା ହେଲେ ମୋନାଲି ଠାକୁର। ସେ ‘ଦମ୍‌ ଲଗାକେ ହୈସା’ ସିନେମାରେ ଥିବା ଲୋକପ୍ରିୟ ଗୀତ ‘ମୋହ ମୋହକେ ଧାଗେ’ରେ କଣ୍ଠଦାନ କରି ଶ୍ରେଷ୍ଠ କଣ୍ଠଶିଳ୍ପୀ ଭାବେ ରାଷ୍ଟ୍ରୀୟ ପୁରସ୍କାର ଲାଭ କରିଥିଲେ। ଠିକ୍ ସେହିପରି ‘ଲୁଟେରା’ ସିନେମାର ‘ସୱାର୍ ଦୁଁ’ ଗୀତ ପାଇଁ ଶ୍ରେଷ୍ଠ ଗାୟିକା ଭାବେ ଫିଲ୍ମ ଫେଆର୍ ପୁରସ୍କାର ମଧ୍ୟ ପାଇଛନ୍ତି ମୋନାଲି ଠାକୁର।

ମୋନାଲି ଠାକୁର ଦେଖିବାକୁ କୌଣସି ବଲିଉଡ ନାୟିକାଙ୍କଠାରୁ କିଛି କମ୍‌ ନୁହଁନ୍ତି। ସେ ପ୍ରଖ୍ୟାତ ନିର୍ଦ୍ଦେଶକ ନାତୀଶ କୁକନୁରଙ୍କ ଚର୍ଚ୍ଚିତ ସିନେମା ‘ଲକ୍ଷ୍ମୀ’ରେ ନାୟିକା ଭାବେ ବଲିଉଡରେ ଡେବ୍ୟୁ କରିଥିଲେ। ଏଥିରେ ମୋନାଲିଙ୍କୁ ଜଣେ ୧୫ ବର୍ଷୀୟା ନାବାଳିକା ଭୂମିକାରେ ଦେଖିବାକୁ ମିଳିଥିଲା, ଯିଏ କି ଦେହ ବ୍ୟବସାୟରେ ବାଧ୍ୟହୋଇ ପଶିଛି।

ଅଦିତି ସିଂହ ଶର୍ମା

ଅନୁରାଗ କଶ୍ୟପଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଦେବ ଡି’ରେ ଅଦିତିଙ୍କୁ ଗାୟିକା ଭାବେ ବ୍ରେକ୍‌ ମିଳିଥିଲା। ତା’ପରେ ସେ ଅନେକ ସିନେମାରେ କଣ୍ଠଦାନ କରିସାରିଲେଣି। ତାଙ୍କର ସୌନ୍ଦର୍ଯ୍ୟ ଦେଖିଲେ ଲାଗେ ସେ ବି ଜଣେ ବଲିଉଡ ନାୟିକା।

ଶ୍ୱେତା ପଣ୍ଡିତ

ଖ୍ୟାତନାମା ଶାସ୍ତ୍ରୀୟ ସଙ୍ଗୀତଜ୍ଞ ପଣ୍ଡିତ ଯଶରାଜଙ୍କ ନାତୁଣୀ ହେଉଛନ୍ତି ଶ୍ୱେତା। ସେ ମାତ୍ର ୧୨ ବର୍ଷ ବୟସରେ ଆଦିତ୍ୟ ଚୋପ୍ରାଙ୍କ ନିର୍ଦ୍ଦେଶିତ ସୁପରହିଟ୍‌ ଫିଲ୍ମ ‘ମୋହବତେଁ’ରେ ପାଞ୍ଚଟି ଗୀତରେ କଣ୍ଠଦାନ କରି ବଲିଉଡରେ ଡେବ୍ୟୁ କରିଥିଲେ। ଏହା ପରେ ଶ୍ୱେତା ପଣ୍ଡିତ ବହୁ ହିନ୍ଦୀ, ତାମିଲ ଓ ତେଲୁଗୁ ଭାଷାର ଫିଲ୍ମରେ କଣ୍ଠଦାନ କରିଛନ୍ତି।

ଶ୍ୱେତା ବି ଦେଖିବାକୁ ବଲିଉଡ ନାୟିକାଙ୍କ ଭଳି। ସେ ଗାଇବା ସାଙ୍ଗରେ ଅଭିନୟ ମଧ୍ୟ କରନ୍ତି। ‘ଡେଭିଡ ଟ୍ୱେଣ୍ଟିଫୋର’ ଓ ‘ବର୍ଖା’ ଭଳି ଫିଲ୍ମରେ ଅଭିନୟ କରି ମଧ୍ୟ ସେ ଚର୍ଚ୍ଚାକୁ ଆସିଥିଲେ। ସେକୋକା-କୋଲା (ଟିଭିସି) ବିଜ୍ଞାପନରେ ବି ମଡେଲିଂ କରିଥିଲେ।

Comment