ଓଡ଼ିଶାଲାଇଭ୍‍ ବ୍ୟୁରୋ

ଯେଉଁ ଲୋକମାନେ ସାଧାରଣ ଉଚ୍ଚତାଠୁ ଅଧିକ କମ୍ ଥାଆନ୍ତି ଆମେ ତାଙ୍କୁ ବାମନ ବୋଲି କହିଥାଉ। ଏହି ପ୍ରକାରର ଲୋକମାନେ ବହୁତ କମ୍ ପରିମାଣରେ ଦେଖାଯାଇଥାନ୍ତି। ତେବେ ଏମିତି ଏକ ଗାଁ ଅଛି ଯେଉଁଠି ଗାଁର ସବୁ ଲୋକ ବାମନ।

ଆସାମର ଅମାର ନାମକ ଏକ ଗାଁ ଅଛି ,ଯେଉଁଠାର ପ୍ରତିଟି ଲୋକ ବାମନ। ସେମାନଙ୍କର ସମସ୍ତଙ୍କର ଉଚ୍ଚତା ସାଢ଼େ ତିନି ଫୁଟରୁ କମ୍। ଏହାସହ ଆହୁରି ଗୋଟିଏ ଆଶ୍ଚର୍ଯ୍ୟଜନକ କଥା ହେଲା, ଏହି ଗାଁର ପ୍ରତି ବାମନ ଜଣେ ଜଣେ ମଞ୍ଚ ଅଭିନେତା।

ଏହି ଗାଁର ଲୋକମାନେ ଦିନରେ ଚାଷକାମ କରିବା ସହ ରାତିରେ ମଞ୍ଚରେ ଅଭିନୟ କରିଥାନ୍ତି। ସେମାନଙ୍କ ଅଭିନୟକୁ ଦେଖିବା ପାଇଁ ବହୁତ ଦୂରରୁ ଲୋକମାନେ ଏହି ଅମାର ଗାଁକୁ ଆସିଥାନ୍ତି। ସେମାନଙ୍କର ଅଭିନୟକୁ ଲୋକମାନେ ବେଶ୍ ପସନ୍ଦ ମଧ୍ୟ କରନ୍ତି।

ଗାଁର ଲୋକମାନଙ୍କୁ ପବିତ୍ର ରାଭା ନାମକ ଜଣେ ଲୋକ ନାଟକ ଶିଖାଇଥାନ୍ତି। ପବିତ୍ର ନିଜେ ନ୍ୟାସନାଲ ସ୍କୁଲ ଅଫ୍ ଡ୍ରାମାରୁ ଅଭିନୟରେ ଡିଗ୍ରୀ ହାସଲ କରିଛନ୍ତି। ଏହାପରେ ସେ ବାମନମାନଙ୍କୁ ଅଭିନୟ ଶିଖାଇବାକୁ ଇଚ୍ଛା କରି ଏହି ଗାଁରେ ଆସି ରହିଛନ୍ତି। ଅମାର ଗାଁର ଲୋକମାନେ ନିଜର ଦୈନଦିନ ଜୀବନ ସହ ଏହି ନାଟକ ଅଭିନୟ କରି ନିଜର ସାମାଜିକ ଜୀବନକୁ ଆହୁରି ଉନ୍ନତ କରିପାରିଛନ୍ତି।

Comment