ଓଡ଼ିଶାଲାଇଭ୍ ବ୍ୟୁରୋ

ପରଲୋକରେ ବଲିଉଡ୍ ଅଭିନେତା ଇରଫାନ୍ ଖାନ। ବୁଧବାର ମୁମ୍ବାଇର କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଯାଇଛି।

ପେଟରେ ସଂକ୍ରମଣ ହେବା କାରଣରୁ ମଙ୍ଗଳବାର ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କୁ ପ୍ରଥମେ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ଏହାପରେ ବୁଧବାର ତାଙ୍କର ୫୪ ବର୍ଷ ବୟସରେ ମୃତ୍ୟୁ ହୋଇଛି।ଇରଫାନଙ୍କ ମୃତ୍ୟୁପରେ ପୂରା ବଲିଉଡ୍ ଶୋକର ଛାୟା ଖେଳିଯାଇଛି।

ଇରଫାନ ବଲିଉଡକୁ ଅନେକ ହିଟ୍ ଫିଲ୍ମ ଦେଇଛନ୍ତି। ନିକଟରେ ତାଙ୍କର ଅଙ୍ଗ୍ରେଜୀ ମିଡିୟମ ଫିଲ୍ମ ମଧ୍ୟ ରିଲିଜ ହୋଇଛି। ଏହାପୂର୍ବରୁ ସେ ପିକୁ, ପାନ ସିଂହ ତୋମାର, ବିଲୁ ବାରବର ଭଳି ହିଟ୍ ଫିଲ୍ମରେ ମୁଖ୍ୟ ଚରିତ୍ରରେ ନଜର ଆସିଛନ୍ତି। ତାଙ୍କର ମୃତ୍ୟୁପରେ ବଲିଉଡ୍ ସେଲିବ୍ରିଟମାନେ ଟୁଇଟ୍ କରି ନିଜର ଶୋକ ପ୍ରକାଶ କରିଛନ୍ତି।

Comment