ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ  ବ୍ୟୁରୋ

ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ କ୍ୟାରିୟର ଆରମ୍ଭ କରି ବଲିଉଡର ସୁପରଷ୍ଟାର ହୋଇଛନ୍ତି ଏହି କଳାକାର।

ବଲିଉଡରେ କିଛି ଏମତି ସୁପରଷ୍ଟାର ରହିଛନ୍ତି ଯେଉଁମାନେ ନିଜ କ୍ୟାରିୟର ଜଣେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସରରୁ ଆରମ୍ଭ କରିଛନ୍ତି। କ୍ୟାରିୟର ଆରମ୍ଭରେ ଜଣେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରି ବର୍ତ୍ତମାନ ଜଣେ ସଫଳ ସୁପରଷ୍ଟାର ଭାବେ ନିଜର ପରିଚୟ ତିଆରି କରିଛନ୍ତି।

ସାହିଦ କପୁର

ବଲିଉଡର ଜଣାଶୁଣା ଚକଲେଟ ହିରୋ ପ୍ରଥମେ ଜଣେ ବ୍ୟାକଗ୍ରାଉଣ୍ଡ ଡ଼୍ୟାନ୍ସରରୁ କ୍ୟାରିୟର ଆରମ୍ଭ କରିଥିଲେ। ‘ଦିଲ୍ ତୋ ପାଗଲ ହୈ’, ‘ମୁଝ୍‌କୋ ହୁଇ ନା ଖବର’, ‘ତାଲ’ ଫିଲ୍ମର ସୁପରହିଟ୍ ଗୀତ ‘ଆଗ୍ ଲଗ୍ ଲଗ୍ ଯାଏ’ ଗୀତରେ ସାହିଦ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କ୍ୟାରିୟର ଆରମ୍ଭ କରିଥିଲେ।

ଡେଜି ଶାହ

ଡେଜି ଶାହ ଏବେ ବଲିଉଡରେ ଜଣେ ହିରୋଇନ ଭାବେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି। ପୂର୍ବରୁ ତାଙ୍କର ପରିଚୟ ଜଣେ ଡ୍ୟାନ୍ସର ଥିଲା। ସେ ସଲମାନଙ୍କ ଅଭିନୀତ ଫିଲ୍ମ ‘ତେରେ ନାମ୍‌’ର ‘ଲଗନ୍ ଲଗୀ’ ଗୀତରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଥିଲେ।

ସୁଶାନ୍ତ ସିଂହ ରାଜପୁତ୍

ସୁଶାନ୍ତ ସିଂହ ରାଜପୁତ ତାଙ୍କ ଅଭିନୟ କ୍ୟାରିୟର ଟିଭିରୁ ଆରମ୍ଭ କରିଥିଲେ। ଜିଟିଭିର ଲୋକପ୍ରିୟ ସିରିଏଲ ‘ପବିତ୍ର ରିସ୍ତା’ରୁ ହିଁ ତାଙ୍କୁ ପରିଚୟ ମିଳିଥିଲା। ଏହା ପୂର୍ବରୁ ସୁଶାନ୍ତି ଧୂମ୍ ୨ର ଟାଇଟଲ ଗୀତରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ବଲିଉଡରେ କ୍ୟାରିୟର ଆରମ୍ଭ କରିଥିଲେ।

ରେମୋ ଡିସୁଜା

ବଲିଉଡର ଜଣାଶୁଣା କୋରିଓଗ୍ରାଫର ରେମୋ ଡିସୁଜା ମଧ୍ୟ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିସାରିଛନ୍ତି। ରେମୋ ଡିସୁଜା ଶାହାରୁଖ୍ ଖାନ୍‌ଙ୍କ ଫିଲ୍ମ ‘ପରଦେଶ’ରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ କାମ କରିଥିଲେ।

ଅରଶଦ୍ ୱାରସୀ

ବଲିଉଡ ଅଭିନେତା ଅରଶଦ ବାରସୀ ମଧ୍ୟ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସର ଭାବେ ବଲିଉଡରେ ପ୍ରବେଶ କରିଥିଲେ। ସେ ‘ଆଗ୍ ସେ ଖେଲେଙ୍ଗେ’ ଫିଲ୍ମର’ହେଲ୍ପ ମି’ ଗୀତରେ ବ୍ୟାକଗ୍ରାଉଣ୍ଡ ଡ୍ୟାନ୍ସ ଥିଲେ।

Comment